ଲକ୍ଷ୍ନୌ: ଆସନ୍ତା ମେ’ ୪ ତାରିଖରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍‌ ଓ ଚେନ୍ନାଇ ସୁପରକିଙ୍ଗ୍ସ ମଧ୍ୟରେ ଖେଳାଯିବାକୁ ଥିବା ଆଇପିଏଲ୍‌ ମ୍ୟାଚ୍‌ ପୁନଃନିର୍ଦ୍ଧାରିତ ହୋଇଛି। ଲକ୍ଷ୍ନୌ ପୌର ନିର୍ବାଚନ ପାଇଁ ଏହି ମ୍ୟାଚ୍‌କୁ ଗୋଟିଏ ଦିନ ଆଗରୁ ଅର୍ଥାତ୍‌ ମେ’ ୩ ତାରିଖ ବୁଧବାର ଦିନ ଆୟୋଜନ କରାଯିବ। ଏହାଫଳରେ ବୁଧବାର ଡବଲ ହେଡର ମ୍ୟାଚ୍ ଆୟୋଜନ ହେବ।

Advertisment

ଅପରାହ୍ନ ସାଢେ ୩ଟାରେ ଏହି ମ୍ୟାଚ୍‌ ଶେଷ ହେବା ପରେ ସନ୍ଧ୍ୟା ବେଳେ ପଞ୍ଜାବ କିଙ୍ଗ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଦ୍ବିତୀୟ ମ୍ୟାଚ୍‌ ଖେଳାଯିବ। ଏହାଦ୍ବାରା ମେ’ ୧ ତାରିଖରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷରେ ଘରୋଇ ମ୍ୟାଚ୍‌ ଖେଳିବା ପରେ ଚେନ୍ନାଇ ବିପକ୍ଷ ମ୍ୟାଚ୍‌ ପାଇଁ ପ୍ରସ୍ତୁତ ହେବାକୁ ହାତରେ ମାତ୍ର ଗୋଟିଏ ଦିନ ରହିବ। ପୂର୍ବରୁ ମଧ୍ୟ ଭାରତରେ ନିର୍ବାଚନ ପାଇଁ ଆଇପିଏଲ୍‌ ସୂଚୀ ପୁନଃନିର୍ଦ୍ଧାରିତ ହୋଇଛି। ୨୦୦୯ ସଂସ୍କରଣରେ ପ୍ରତିଯୋଗିତାକୁ ଦକ୍ଷିଣ ଆଫ୍ରିକାକୁ ସ୍ଥାନାନ୍ତର କରାଯାଇଥିଲା ବେଳେ ୨୦୧୪ ସଂସ୍କରଣରେ ଏହାକୁ ୟୁଏଇରେ ଆୟୋଜନ କରାଯାଇଥିଲା।