ଆଇପିଏଲ୍‌: ୬,୦୦୦ ରନ୍ ପୂରଣରେ ଧାୱନ ଦ୍ବିତୀୟ

ମୁମ୍ବାଇ: ପଞ୍ଜାବ କିଙ୍ଗ୍ସ ଓପନର ଶିଖର ଧାୱନ ସୋମବାର ବିରାଟ କୋହଲିଙ୍କ ପରେ ଦ୍ବିତୀୟ ଖେଳାଳି ଭାବେ ଆଇପିଏଲ୍‌ରେ ୬,୦୦୦ ରନ୍ ପୂରଣ କରିଛନ୍ତି। ଚେନ୍ନାଇ ସୁପରକିଙ୍ଗ୍ସ ବିପକ୍ଷ ମ୍ୟାଚ୍ ପୂର୍ବରୁ ଧାୱନ୍ ଏହି ମାଇଲଖୁଣ୍ଟ ଛୁଇଁବାଠାରୁ ମାତ୍ର ୨ ରନ୍ ପଛରେ ଥିଲେ। ଯାହାକୁ ସେ ଅତି ସହଜରେ ହାସଲ କରି ନେଇଥିଲେ। ବରଂ ୫୯ ବଲ୍‌ରୁ ୮୮ ରନ୍‌ର ଧମାକାଦାର ପାଳି ଖେଳି କୋହଲି ଏବଂ ନିଜ ମଧ୍ୟରେ ଥିବା ବ୍ୟବଧାନକୁ ‌ଢେର କମାଇ ଦେଇଥିଲେ। ନିଜ ଧୂଆଁଧାର ପାଳି ଭିତରେ ଧାୱନ ୯ ଚୌକା ଏବଂ ୨ ଛକା ମାରିଥିଲେ। ଧାୱନ ମଧ୍ୟ ସୋମବାର ଏକ ନିର୍ଦ୍ଦିଷ୍ଟ ପ୍ରତିପକ୍ଷ ବିପକ୍ଷରେ ସର୍ବାଧିକ ରନ୍ କରିବାର କୀର୍ତ୍ତିମାନ କରିଥ‌ିଲେ। ଏହି କ୍ରମରେ ସେ ରୋହିତ ଶର୍ମା‌ ଏବଂ ଡେଭିଡ୍ ୱାର୍ଣ୍ଣରଙ୍କୁ ଟପିଥିଲେ। କେକେଆର୍ ବିପକ୍ଷରେ ରୋହିତ ୧୦୧୮ ଏବଂ ପଞ୍ଜାବ କିଙ୍ଗ୍ସ ବିପକ୍ଷରେ ୱାର୍ଣ୍ଣର ୧୦୦୫ ରନ୍ କରିଥିଲେ। ଚେନ୍ନାଇ ବିପକ୍ଷରେ ଧାୱନ ୧୦୨୨ ରନ୍ କଲେ। ସୂଚନାଯୋଗ୍ୟ ଯେ ଧାୱନ ଦିଲ୍ଲୀ କ୍ୟାପିଟାଲ୍ସରୁ ନିଜ ଆଇପିଏଲ୍ ଜୀବନ ଆରମ୍ଭ କରିଥିଲେ। ଏବେ କିନ୍ତୁ ପଞ୍ଜାବ କିଙ୍ଗ୍ସର ପ୍ରତିନିଧିତ୍ବ କରୁଛନ୍ତି।

 

ସମ୍ବନ୍ଧିତ ଖବର