ମହିଳା କ୍ରିକେଟରଙ୍କ ପ୍ରେମରେ ପଡ଼ି ବିବାହ କଲେ ଋତୁରାଜ

ମୁମ୍ୱାଇ: ଚେନ୍ନାଇ ସୁପରକିଙ୍ଗ୍ସ ଷ୍ଟାର ବ୍ୟାଟର ଋତୁରାଜ ଗାଏକ୍ୱାଡ ନିକଟରେ ଜଣେ ମହିଳା କ୍ରି‌କେଟରଙ୍କୁ ବିବାହ କରିଛନ୍ତି। ଋତୁରାଜଙ୍କ ଏହି ଆକର୍ଷଣୀୟ ବିବାହ ମହାବଳେଶ୍ବର ରିଜର୍ଟରେ ଧୁମଧାମରେ ସମ୍ପର୍ଣ୍ଣ ହୋଇଛି।

ଗାଏକ୍ୱାଡ ଯାହାକୁ ବିବାହ କରିଛନ୍ତି ତାଙ୍କ ନାମ ଉତ୍କର୍ଷା ପାୱାର । ଋତୁରାଜ ଗାଏକ୍ୱାଡଙ୍କ ଭଳି ଉତ୍କର୍ଷା ମଧ୍ୟ ଜଣେ ଚର୍ଚ୍ଚିତ କ୍ରିକେଟର । ସେ ମହାରାଷ୍ଟ୍ର ମହିଳା କ୍ରିକେଟ ଟିମ ପକ୍ଷରୁ ଏକାଧିକ ମ୍ୟାଚ୍‌ ଖେଳି ସାରିଛନ୍ତି । ଉତ୍କର୍ଷା ମହାରାଷ୍ଟ୍ର ଅଣ୍ଡର ୧୯ ଟିମ ପାଇଁ ୨୦୧୨-୧୩ ଓ ୨୦୧୭-୧୮ରେ ଖେଳିଥିଲେ ।

ରିପୋର୍ଟ ଅନୁଯାୟୀ,ଗାଏକ୍ୱାଡଙ୍କ ଧର୍ମ ପତ୍ନୀ ଉତ୍କର୍ଷା ଜଣେ ଅଲରାଉଣ୍ଡର ଉତ୍କର୍ଷା ୧୧ ବର୍ଷ ବୟସରୁ କ୍ରିକେଟ୍ ଖେଳୁଛନ୍ତି । ବର୍ତ୍ତମାନ ସେ ମହାରାଷ୍ଟ୍ର ପାଇଁ ଘରୋଇ କ୍ରିକେଟ୍ ଖେଳୁଛନ୍ତି।  ନିକଟରେ ଉତ୍କର୍ଷାଙ୍କୁ ମହିଳା ସିନିୟର ଓଡିଆଇ ଟ୍ରଫିରେ ଦେଖିବାକୁ ମିଳିଥିଲା । ଏହା ବ୍ୟତୀତ ଉତ୍କଳ ପୁନେ ଇନଷ୍ଟିଚ୍ୟୁଟ୍ ଅଫ୍ ପୁଷ୍ଟିକର ଏବଂ ଫିଟନେସ୍ ସାଇନ୍ସରେ ସେ ଅଧ୍ୟୟନ କରୁଛନ୍ତି ।

କ୍ରିକେଟ ଖେଳିବା ସମୟରେ ଋତୁରାଜ ଗାଏକ୍ୱାଡଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ଏବେ ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇ ବେଶ ଖୁସି ଅଛନ୍ତି । ଗାଏକ୍ୱାଡ ମଧ୍ୟ ମହାରାଷ୍ଟ୍ର କ୍ରିକେଟ ଟିମର ଜଣେ ଖେଳାଳି ରହିଛନ୍ତି ।

ତେବେ ଚେନ୍ନାଇ ଚଳିତ ବର୍ଷ ଆଇପିଏଲ ଟ୍ରଫି ଜିତିବା ପରେ ଗାଏକ୍ୱାଡ ଏକ ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ଏହି ଫଟୋରେ ଦୁହେଁ ଏକାଠି ଟ୍ରଫି ଧରିଥିବା ଦେଖିବାକୁ ମିଳିଥିଲା। ଯାହାକି ବେଶ ଚର୍ଚ୍ଚାରେ ବି ଥିଲା।

 

ସମ୍ବନ୍ଧିତ ଖବର