ଆଇପିଏଲ ୨୦୨୨ : କେବଳ ମୁମ୍ବାଇରେ ଖେଳାଯାଇପାରେ ସବୁ ମ୍ୟାଚ

ମୁମ୍ବାଇ : ଦେଶରେ ଏବେ କରୋନାର ୩ୟ ଲହର ଆସିଯାଇଛି । ଦୈନିକ ସଂକ୍ରମଣ ସଂଖ୍ୟା ଏକ ଲକ୍ଷ ଟପିଯାଇଛି । ଏହାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ଭାରତରେ ଆଇପିଏଲ ହେବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କିନ୍ତୁ ଯଦି ସଂକ୍ରମଣ ନ କମେ ତେବେ କେବଳ ମୁମ୍ବାଇରେ ହିଁ ଆଇପିଏଲର ସବୁ ମ୍ୟାଚ ଆୟୋଜନ କରିବାକୁ ବିସିସିଆଇ ଚିନ୍ତା କରୁଛି ।

କରୋନାର ପ୍ରଥମ ଲହର ଅର୍ଥାତ ୨୦୨୦ ଓ ଦ୍ବିତୀୟ ଲହର ଅର୍ଥାତ ୨୦୨୧ରେ ଆଇପିଏଲକୁ ୟୁଏଇରେ ଆୟୋଜନ କରିବାକୁ ବିସିସିଆଇ ବାଧ୍ୟ ହୋଇଥିଲା । ୨୦୨୧ରେ ଆଇପିଏଲର ପ୍ରାରମ୍ଭିକ ମ୍ୟାଚଗୁଡ଼ିକ ଭାରତରେ ଆୟୋଜନ ହୋଇଥିଲେ ବି ସଂକ୍ରମଣ ବଢିବା ପରେ ବାଧ୍ୟ ହୋଇ ଅବଶିଷ୍ଟ ମ୍ୟାଚ ସେପ୍ଟେମ୍ବର ମାସରେ ୟୁଏଇରେ ଆୟୋଜନ କରାଯାଇଥିଲା । କିନ୍ତୁ ଚଳିତ ବର୍ଷ ସଂକ୍ରମଣ ବଢିଲେ ବି ବିଦେଶରେ ଆଇପିଏଲ ଆୟୋଜନ ନ କରିବାକୁ ବିସିସିଆଇ ଚିନ୍ତା କରୁଛି । କେବଳ ମୁମ୍ବାଇର ୩ଟି ଷ୍ଟାଡିୟମ ଓ୍ବାଙ୍ଖଡ଼େ, ସିସିଆଇ ଓ ଡିଓ୍ବାଇ ପାଟିଲ ଷ୍ଟାଡିୟମରେ ଆଇପିଏଲର ସବୁ ମ୍ୟାଚ ଆୟୋଜନ କରିବାକୁ ବିଚାର କରାଯାଉଛି । ବିସିସିଆଇ ପାଖରେ ଆଉ ଏକ ବିକଳ୍ପ ମଧ୍ୟ ରହିଛି, ତାହା ହେଉଛି ସବୁ ଦଳ ନିଜର ହୋମ ଗ୍ରାଉଣ୍ଡରେ ଖେଳିବେ । ଅନ୍ୟପକ୍ଷରେ ଏପ୍ରିଲ ୨ ବଦଳରେ ମାର୍ଚ୍ଚ ୨୫ରୁ ଆଇପିଏଲ ଆରମ୍ଭ ପାଇଁ ମଧ୍ୟ ବିଚାର କରାଯାଉଛି ।

 

ସମ୍ବନ୍ଧିତ ଖବର