ନୂଆଦିଲ୍ଲୀ: ଆଇପିଏଲ୍‌ ୨୦୨୪ ମାର୍ଚ୍ଚ ୨୨ରୁ ଆରମ୍ଭ ହୋଇ ମେ’ ମାସ ପର୍ଯ୍ୟନ୍ତ ଚାଲିବ। ଏହି ସମୟ‌ରେ ଦେଶରେ ସାଧାରଣ ନିର୍ବାଚନ ହେବ। ନିର୍ବାଚନ ହେଲେ ମଧ୍ୟ ଏହି ଧନୀ ଲିଗ୍‌ ବିଦେଶରେ ଆୟୋଜନ କରିବାକୁ ବିସିସିଆଇ କୌଣସି ଯୋଜନା କରିନି। ତେଣୁ ନିର୍ବାଚନ ସତ୍ତ୍ୱେ ଏହି ପ୍ରତିଯୋଗିତା‌ ଭାରତରେ ଖେଳାଯିବାର ସମ୍ଭାବନା ଅଧିକ ରହିଛି। ‘‘ଏହି ସମୟରେ ଦେଶରେ ସାଧାରଣ ନିର୍ବାଚନ ହେଲେ ମଧ୍ୟ ପ୍ରତିଯୋଗିତାକୁ ଦେଶ ବାହାରକୁ ନେବାର କୌଣସି ଯୋଜନା ନାହିଁ। ଯଦି କୌଣସି ରାଜ୍ୟ ଆୟୋଜନରୁ ଓହରି ଯାଏ, ତେବେ ଆମେ ଅନ୍ୟ ଏକ ଭେନ୍ୟୁକୁ ପରିବର୍ତ୍ତନ କରିବୁ’’ ବୋଲି ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।