ଆଇପିଏଲ୍‌ ମହିଳା ଟେ୍ଵଣ୍ଟି-୨୦:ଟ୍ରେଲ୍‌ବ୍ଲେଜର୍ସକୁ ହରାଇଲା ସୁପରନୋଭା

ମୁମ୍ବାଇ: ମଙ୍ଗଳବାର ରାତିରେ ଆଇପିଏଲ୍‌ର ପ୍ରଥମ କ୍ୱାଲିଫାୟାର ପୂର୍ବରୁ ଖେଳାଯାଇଥିବା ପ୍ରଦର୍ଶନୀ ମହିଳା ଟେ୍ଵଣ୍ଟି-୨୦ ମ୍ୟାଚ୍‌ରେ ହରମନ୍‌ପ୍ରୀତ୍‌ କୌରଙ୍କ ଟ୍ରେଲ୍‌ବ୍ଲେଜର୍ସ ଦଳ ୩ ଓ୍ଵିକେଟ୍‌ରେ ସ୍ମୃତି ମନ୍ଧାନାଙ୍କ ସୁପରନୋଭା ଦଳକୁ ପରାସ୍ତ କରିଛି। ସ୍ଥାନୀୟ ଓ୍ଵାଙ୍ଖ୍‌ଡେ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ସ୍ମୃତି ଟ୍ରେଲ୍‌ବ୍ଲେଜର୍ସ ଏବଂ ହରମନ୍‌ପ୍ରୀତ୍‌ ସୁପରନୋଭାସ ଦଳର ନେତୃତ୍ୱ ନେଇଥିଲେ।
ଟ୍ରେଲ୍‌ବ୍ଲେଜର୍ସ ଟସ୍‌ ହାରି ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରିତ ହୋଇଥିଲା। ନ୍ୟୁଜିଲାଣ୍ଡ୍‌ ବ୍ୟାଟର୍‌ ସୁଜି ବେଟ୍ସ ୩୨, ଜେମିମା ରୁଦ୍ରିଗୁଏଜ୍‌ ୨୫ ଏବଂ ଦୀପ୍ତି ଶର୍ମାଙ୍କ ୨୧ ରନ୍‌ ବଳରେ ୬ ଓ୍ଵିକେଟ୍‌ ହରାଇ ୧୨୯ ରନ୍‌ କରିପାରିଥିଲା। ସୁପରନୋଭାସ ପକ୍ଷରୁ ଦକ୍ଷିଣ ଆଫ୍ରିକା ଦ୍ରୁତ ବୋଲର ମେଗାନ ଶ୍ଚୁଟ୍‌ ଓ ଅଷ୍ଟ୍ରେଲିଆର ଏଲିସ୍‌ ପେରି ୨ ଲେଖାଏଁ ଏବଂ ଅନୁଜା ପଟେଲ ଓ ରାଜେଶ୍ୱରୀ ଗାଏକ୍ୱାଡ୍‌ ଗୋଟିଏ ଲେଖାଏଁ ଓ୍ଵିକେଟ୍‌ ନେଇଥିଲେ। ଜବାବରେ ସୁପରନୋଭାସ ୭ ଓ୍ଵିକେଟ୍‌ ହରାଇ ଶେଷ ବଲ୍‌ରେ ହିଁ ମ୍ୟାଚ୍‌ ଜିତି ନେଇଥିଲା। ଇଂଲିସ୍‌ ତାରକା ଡାନିଏଲ୍‌ ଓ୍ଵାତ୍‌ ୨୪, ମିତାଲି ରାଜ ୨୨ ଏବଂ ହରମନ୍‌ପ୍ରୀତ୍‌ କୌର ୨୧ ରନ୍‌ର ପାଳି ଖେଳିଥିଲେ। ଟ୍ରେଲ୍‌ବ୍ଲେଜର୍ସ ପକ୍ଷରୁ ପୂନମ ଯାଦବ ଓ ସୁଜି ବେଟ୍ସ ୨ ଲେଖାଏଁ ଏବଂ ଝୁଲଣ ଗୋସ୍ୱାମୀ ଓ ଏକତା ବିସ୍ତ ଗୋଟିଏ ଲେଖାଏଁ ଓ୍ଵିକେଟ୍‌ ନେଇଥିଲେ। ଅଲ୍‌ରାଉଣ୍ଡ ପ୍ରଦର୍ଶନ ପାଇଁ ସୁଜି ବେଟ୍ସଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା।

ସମ୍ବନ୍ଧିତ ଖବର