ପ୍ରି-କ୍ୱାର୍ଟର୍‌ ପକ୍କା କଲା ଇରାନ

ଗୋଆ: ଇରାନ ଚଳିତ ୧୭ ବର୍ଷରୁ କମ୍‌ ଫିଫା ବିଶ୍ୱକପ୍‌ର ପ୍ରି-କ୍ୱାର୍ଟର୍‌ ଫାଇନାଲ୍‌ ସ୍ଥାନ ପକ୍କା କରିନେଇଛି। ଜବାହରଲାଲ୍‌ ନେହରୁ ଷ୍ଟାଡିୟମରେ ଖେଳା ଯାଇଥିବା ଗ୍ରୁପ୍‌-ସି’ର ଏହି ମ୍ୟାଚ୍‌ରେ ଇରାନ ୪-୦ ଗୋଲ୍‌ରେ ଜର୍ମାନିକୁ ପରାସ୍ତ କରିଛି। ଫଳରେ ଦୁଇ ମ୍ୟାଚ୍‌ରୁ ଦୁଇ ବିଜୟ ସହ ଟେବୁଲ ଶୀର୍ଷରେ ରହି ପ୍ରି-କ୍ୱାର୍ଟର୍‌ ଫାଇନାଲ୍‌ରେ ପହଞ୍ଚି ଯାଇଛି। ଆଜିର ମ୍ୟାଚ୍‌ରେ ଷଷ୍ଠ ମିନିଟ୍‌ରେ ୟୁନିସ୍‌ ଡେଲ୍‌ଫି ଇରାନ୍‌ ପାଇଁ ଗୋଲ୍‌ ଅଭିଯାନ ଆରମ୍ଭ କରିଥିଲେ। ୪୨ତମ ମିନିଟ୍‌ରେ ୟୁନିସ୍‌ ଆଉ ଏକ ଗୋଲ୍‌ ଦେଇ ଯୁଗଳ ସଫଳତା ପାଇଥିଲେ। ଆଲ୍ଲାହର ସାଏଦ୍‌ (୪୯ ମିନିଟ୍‌) ଏବଂ ବାହିଦ ନାମଦ୍ରି (୭୫ ମିନିଟ୍‌) ଗୋଟିଏ ଲେଖାଏଁ ଗୋଲ୍‌ ଦେଇ ଦଳକୁ ୪-୦ ବିଜୟ ଦେଇଥିଲେ।

ସମ୍ବନ୍ଧିତ ଖବର