ଇରାନ୍‌ ପ୍ରଶିକ୍ଷଣ ଶିବିରରେ ଓଡ଼ିଆ କରାଟେକା ପାୟଲ

ଭୁବନେଶ୍ୱର: ଇରାନ୍‌ରେ ଚାଲିଥିବା ଏସୀୟ କ୍ରୀଡ଼ା କରାଟେ ପ୍ରଶିକ୍ଷଣ ଶିବିରରେ ଓଡ଼ିଶାର ଆନ୍ତର୍ଜାତିକ କରାଟେକା ପାୟଲ ବରାଳ ଯୋଗ ଦେଇଛନ୍ତି। ଭାରତୀୟ କରାଟେ ସଂଘ ଦ୍ୱାରା ମନୋନୀତ ସମ୍ଭାବ୍ୟ ଦଳର ପ୍ରଥମ ପ୍ରଶିକ୍ଷଣ ଶିବି ଭୋପାଳରେ ଗୋଟିଏ ମାସ ଧରି ଚାଲିଥିଲା। ସେହି ଶିବିରରେ ପାୟଲଙ୍କ ସହ ଅନ୍ୟତମ ଆନ୍ତର୍ଜାତୀୟ ଓଡ଼ିଆ କରାଟେକା ଦିଲୀପ କୁମାରୀ ଜେନା ମଧ୍ୟ ସାମିଲ ରହି ଉନ୍ନତ ପ୍ରଦର୍ଶନ କରିଥିଲେ। ଫଳରେ ଉଭୟଙ୍କୁ ଇରାନ୍‌ ପ୍ରଶିକ୍ଷଣ ଶିବିରକୁ ମନୋନୀତ କରାଯାଇଥିଲା। ହେଲେ ଆଣ୍ଠୁରେ ଆଘାତ ଯୋଗୁଁ ଦିଲୀପ ଶିବିରରୁ ଓହରି ଯାଇଥିଲା ବେଳେ କେବଳ ପାୟଲ ଇରାନ୍‌ ଶିବିରରେ ଯୋଗ ଦେଇଛନ୍ତି। ତାଙ୍କ ସହ ଭାରତର ଅନ୍ୟ ୧୦ ଜଣ କରାଟେକା ଇରାନ୍‌ ଶିବିରରେ ଇରାନ୍‌ ଦଳର ମୁଖ୍ୟ ପ୍ରଶିକ୍ଷକ ଅହମ୍ମଦ ସାଫିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ତାଲିମ ନେଉଛନ୍ତି। ଏହି ଅବସରରେ ଭାରତୀୟ ଦଳ ଇରାନ୍‌ରେ ୪ଟି ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଅନ୍ୟ ଦେଶର ଖେଳାଳିଙ୍କ ସହ ଲଢ଼ିବାର ସୁଯୋଗ ପାଇବ।

ସମ୍ବନ୍ଧିତ ଖବର