ଇରାନ୍‌ ମୁଷ୍ଟିଯୁଦ୍ଧରେ ଭାରତକୁ ୫ ପଦକ ନିଶ୍ଚିତ

ନୂଆଦିଲ୍ଲୀ,: ଇରାନ୍‌ର ଚାବହର୍‌ରେ ଆୟୋଜିତ ମକ୍ରାନ୍‌ କପ୍‌ ମୁଷ୍ଟିଯୁଦ୍ଧ ପ୍ରତିଯୋଗିତାରେ ଭାରତ ୫ ପଦକ ନିଶ୍ଚିତ କରିନେଇଛି। ରାଜ୍ୟଗୋଷ୍ଠୀ କ୍ରୀଡ଼ା ରୌପ୍ୟ ବିଜେତା ସତୀଶ କୁମାର (+୯୧ କେଜି), ମନ୍‌ଜିତ୍‌ ସିଂହ ପଂଘାଲ (୭୫ କେଜି), ସଂଜିତ୍‌ (୯୧ କେଜି), ଲଲିତ ପ୍ରସାଦ (୫୨ କେଜି) ଓ ଦୀପକ୍‌ (୪୯ କେଜି) ସେମିଫାଇନାଲ୍‌ ଲଢ଼େଇରେ ପହଞ୍ଚିବା ପରେ ଭାରତ ପାଇଁ ଏହି ପଦକ ନିଶ୍ଚିତ କରିଛନ୍ତି। ରବିବାର କ୍ବାର୍ଟର ଫାଇନାଲ୍‌ରେ ସତୀଶ ୫-୦ରେ ତୁର୍କମେନିସ୍ତାନର ବାକି ତୋଚ୍ୟେଭ୍‌ଙ୍କୁ, ମନ୍‌ଜିତ୍‌ ୫-୦ରେ ଇରାକ୍‌ର ଆମୀର ମୋହସେନ୍‌ଙ୍କୁ, ସଂଜିତ୍‌ ୫-୦ରେ ହଙ୍ଗେରିର ଆଦାମ୍‌ ହାମୋରିଙ୍କୁ, ଲଲିତ ୫-୦ରେ ମହଦି ହବିବିଙ୍କୁ ଏବଂ ଦୀପକ ୫-୦ରେ ବେଗି ମୀର୍‌ଙ୍କୁ ପରାସ୍ତ କରିଥିଲେ।

ସମ୍ବନ୍ଧିତ ଖବର