ଈରାନୀ କପ୍‌: ଜାଦେଜାଙ୍କ ସ୍ଥାନ ନେଲେ ଅଶ୍ୱିନ୍‌

ନୂଆଦିଲ୍ଲୀ: ଆସନ୍ତା ୧୪ରୁ ୧୮ ତାରିଖ ପର୍ଯ୍ୟନ୍ତ ନାଗପୁରରେ ଖେଳାଯିବାକୁ ଥିବା ଈରାନୀ କପ୍‌ ପାଇଁ ଅବଶିଷ୍ଟ ଭାରତ ଦଳରେ ଗୋଟିଏ ପରିବର୍ତନ କରାଯାଇଛି। ରଣଜୀ ବିଜେତା ବିଦର୍ଭ ବିପକ୍ଷରେ ଖେଳିବାକୁ ଯାଉଥିବା ଅବଶିଷ୍ଟ ଭାରତ ଦଳରେ ରବୀନ୍ଦ୍ର ଜାଦେଜାଙ୍କ ସ୍ଥାନରେ ରବିଚନ୍ଦ୍ରନ୍‌ ଅଶ୍ୱିନ୍‌ଙ୍କୁ ସାମିଲ କରାଯାଇଛି। ଜାଦେଜା ଆହତ ଥିବାରୁ ତାଙ୍କୁ ବିଶ୍ରାମ ପାଇଁ ପରାମର୍ଶ ଦିଆଯାଇଛି। ଫଳରେ ତାଙ୍କ ସ୍ଥାନରେ ଅଶ୍ୱିନ୍‌ ସ୍ଥାନ ପାଇଥିବା ଭାରତୀୟ କ୍ରିକେଟ୍‌ ବୋର୍ଡ (ବିସିସିଆଇ) ଏକ ବିବୃତିରେ ଜଣାଇଛି। ଅଶ୍ୱିନ୍‌ ମଧ୍ୟ ଏହା ପୂର୍ବରୁ ଗୋଟିଏ ସପ୍ତାହ ବିଶ୍ରାମ ପାଇଁ ପରାମର୍ଶ ପାଇଥିବାରୁ ଦେଓଧର ଟ୍ରଫି ଖେଳିବାରୁ ବଞ୍ଚିତ ହୋଇଥିଲେ। ହେଲେ ଏବେ ସେ ପୂରା ସୁସ୍ଥ ହୋଇଯାଇଥିବା ବିସିସିଆଇ କହିଛି।

ସମ୍ବନ୍ଧିତ ଖବର