ଟି-୨୦ ବିଶ୍ବକପ୍ : ନେଦରଲାଣ୍ଡକୁ ୭ ଓ୍ବିକେଟରେ ହରାଇଲା ଆୟର୍ଲାଣ୍ଡ

ଆବୁଧାବି : ଆବୁଧାବିର ଶେଖ ଜାଏଦ୍ ଷ୍ଟାଡିୟମଠାରେ ଚାଲିଥିବା ଆଇସିସି ଟି-୨୦ ବିଶ୍ବକପର ଏକ ଲିଗ୍ ମ୍ୟାଚରେ ଆୟର୍ଲାଣ୍ଡ ନେଦରଲାଣ୍ଡକୁ ୭ ଓ୍ବିକେଟରେ ପରାସ୍ତ କରିଛି ।

ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିବା ନେଦରଲାଣ୍ଡ ନିର୍ଦ୍ଧାରିତ ୨୦ ଓଭରରେ ୧୦୬ ରନ କରିଥିଲା । ଦଳ ପକ୍ଷରୁ ଓପନର ମାର୍କ ଓଡଉଡ୍ ୫୧ ରନ କରିଥିଲେ ମଧ୍ୟ ଦଳର ମଧ୍ୟକ୍ରମ ବ୍ୟାଟ୍ସମ୍ୟାନଙ୍କ ବିଫଳତା ଯୋଗୁଁ ଦଳ ବଡ଼ ସ୍କୋର କରିପାରିନଥିଲା । ଆୟର୍ଲାଣ୍ଡ ବୋଲର କ୍ୟାମ୍ଫର ଏକ ହ୍ୟାଟ୍ରିକ ସହ ୪ଟି ଓ୍ବିକେଟ ଓ ଆଡେୟର ୩ଟି ଓ୍ବିକେଟ୍ ନେଇଥିଲେ । ୧୦୭ ରନର ବିଜୟ ଲକ୍ଷ୍ୟର ପିଛା କରିବାକୁ ଯାଇ ଆୟର୍ଲାଣ୍ଡ ମାତ୍ର ୩ଟି ଓ୍ବିକେଟ ହରାଇ ୧୫.୧ ତମ ଓଭରରେ ନିଜ ଲକ୍ଷ୍ୟ ହାସଲ କରିନେଇଥିଲା । ଦଳ ପକ୍ଷରୁ ଗେରେଥ୍ ଡେଲାନି ୪୪ ଓ ପଲ ଷ୍ଟର୍ଲିଂ ୩୦ ରନ କରିଥିଲେ ।

ଆଜି ବିଶ୍ବକପର ୨ୟ ମ୍ୟାଚଟି ଶ୍ରୀଲଙ୍କା ଓ ନାମିବିଆ ମଧ୍ୟରେ ଖେଳାଯାଉଛି । ପ୍ରଥମେ ବ୍ୟାଟିଂ କରି ନାମିବିଆ ୯୭ରନର ବିଜୟ ଲକ୍ଷ୍ୟ ରଖିଛି ।

ସମ୍ବନ୍ଧିତ ଖବର