ଆୟର୍ଲାଣ୍ଡ ପାରାବ୍ୟାଡମିଣ୍ଟନ୍: ସେମିରେ ପ୍ରମୋଦ

ଭୁବନେଶ୍ବର: ଆୟର୍ଲାଣ୍ଡର ରାଜଧାନୀ ଡବଲିନ୍‌ଠାରେ ଚାଲିଥିବା ଆୟର୍ଲାଣ୍ଡ ଅନ୍ତର୍ଜାତୀୟ ପାରାବ୍ୟାଡମିଣ୍ଟନ୍ ପ୍ରତିଯୋଗିତାର ଏସ୍‌ଏଲ୍‌-୩ ପୁରୁଷ ଏକକ ସେମିଫାଇନାଲ୍‌ରେ ଓଡ଼ିଶାର ପ୍ରମୋଦ ଭଗତ ପହଞ୍ଚିଛନ୍ତି। ପ୍ରଥମ ଗ୍ରୁପ୍‌ ମ୍ୟାଚ୍‌ରେ ସେ ୨୧-୮, ୨୧-୯ରେ ବୁଲ୍‌ଗେରିଆର ଡିମିତର ପାଭଲୋଭଙ୍କୁ ହରାଇ ବିଜୟ ଅଭିଯାନ ଆରମ୍ଭ କରିଥିଲେ। ଦ୍ବିତୀୟ ମ୍ୟାଚ୍‌ରେ ଜାପାନ୍‌ର ଦାଇସୁକେ ଫୁଜହରାଙ୍କୁ ୨୧-୧୬, ୧୩-୨୧, ୨୩-୨୧ରେ ହରାଇ ଗ୍ରୁପ୍‌ର ଶୀର୍ଷ ସ୍ଥାନ ଦଖଲ କରିଥିଲେ। ଗ୍ରୁପ୍‌ ଶୀର୍ଷରେ ରହିବାରୁ ସେ ସିଧାସଳଖ ସେମିଫାଇନାଲ୍‌ରେ ପହଞ୍ଚିଥିଲେ।

ସମ୍ବନ୍ଧିତ ଖବର