ମାସ୍କ ଦାନ କଲେ ଇର୍ଫାନ୍‌-ୟୁସୁଫ୍‌

ଭଦୋଦରା: ଭାରତୀୟ ଦଳର ଦୁଇ ପୂର୍ବତନ କ୍ରିକେଟ୍‌ ତାରକା ତଥା ଦୁଇ ଭାଈ ଇର୍ଫାନ୍‌ ପଠାନ୍‌ ଓ ୟୁସୁଫ୍‌ ପଠାନ୍‌ ସାଂପ୍ରତିକ କରୋନା ମହାମାରୀରୁ ରକ୍ଷା ପାଇବା ପାଇଁ ତତ୍ପରତା ପ୍ରକାଶ କରିଛନ୍ତି। ଫଳସ୍ବରୂପ ଏହି ଭ୍ରାତା ଯୋଡ଼ି ଗରିବ ଓ ଅସହାୟଙ୍କ ପାଇଁ ୪୦୦୦ରୁ ଅଧିକ ମାସ୍କ ଦାନ କରିଛନ୍ତି। ଏକ ଭିଡିଓ ପୋଷ୍ଟରେ ଇର୍ଫାନ୍‌ ଟ୍ବିଟ୍‌ କରିଛନ୍ତି, ‘‘ସମାଜ ପାଇଁ ଆମର କିଛି କର୍ତବ୍ୟ ରହିଛି। ତୁମେ ଯାହା ବି କରିପାରିବ ବୋଲି ଭାବୁଛ, ତାକୁ କାର୍ଯ୍ୟକାରୀ କର ଏବଂ ପରସ୍ପରକୁ ସହାୟତାର ହାତ ବଢ଼ାଅ’’। ହେଲେ କୌଣସି ବି ସ୍ଥାନରେ ଭିଡ଼ ଜମାଅନାହିଁ। ଏଥିପ୍ରତି ସତର୍କ ରହିଲେ ହିଁ କରୋନାକୁ ପ୍ରତିହତ କରିପାରିବା ବୋଲି ଇର୍ଫାନ୍‌ ବାର୍ତା ଦେଇଛନ୍ତି। ମାସ୍କଗୁଡ଼ତକ ମେହମୁଦ୍‌ ଖାନ୍‌ ପଠାନ୍‌ ଚାରିଟେବୁଲ ଟ୍ରଷ୍ଟ ନାମରେ ଦାନ କରାଯାଇଛି। ଏହି ଟ୍ରଷ୍ଟ ସେମାନଙ୍କ ପିତାଙ୍କ ନାମରେ ପରିଚାଳିତ ହେଉଛି ଏବଂ ସେମାନେ ଭଦୋଦରା ସ୍ବାସ୍ଥ୍ୟ ବିଭାଗକୁ ମାସ୍କ ଦାନ କରିଛନ୍ତି ବୋଲି ଇର୍ଫାନ୍‌ କହିଛନ୍ତି।

ସମ୍ବନ୍ଧିତ ଖବର