ଭାରତ ବିପକ୍ଷ ୨୦୦୨ ଶୃଙ୍ଖଳା ମନେପକାଇଲେ ଇର୍ଫାନ୍: ‘ଗମ୍ଭୀର ବଲ୍ ଦେଖି ପାରୁନଥିଲେ’

ଲହୋର: ୨୦୧୨ ମସିହା ଭାରତ ଗସ୍ତକୁ ମନେ ପକାଇଛନ୍ତି ପାକିସ୍ତାନର ଦ୍ରୁତ ବୋଲର ମହମ୍ମଦ ଇର୍ଫାନ। ସେହିଗସ୍ତରେ ତାଙ୍କୁ ଗୌତମ ଗମ୍ଭୀର, ବୀରେନ୍ଦ୍ର ସେହବାଗ, ବିରାଟ କୋହଲି, ଯୁବରାଜ ସିଂହଙ୍କ ଭଳି ଖେଳାଳି ଥିବା ଶକ୍ତିଶାଳୀ ଭାରତୀୟ ବ୍ୟାଟିଂକ୍ରମକୁ ବୋଲିଂ କରିବାକୁ ପଡ଼ିଥିଲା। ତଥାପି ପାକିସ୍ତାନ ଏହି ଗସ୍ତର ଟ୍ବେଣ୍ଟି-୨୦ ଶୃଙ୍ଖଳାକୁ ୧-୧ରେ ଅମୀମାଂସିତ ରଖିବା ସହ ଦିନିକିଆ ଶୃଙ୍ଖଳାକୁ ୨-୧ରେ ଜିତି ନେଇଥିଲା। ତେବେ ସେହି ଗସ୍ତରେ ହିଁ ସେ ଗମ୍ଭୀରଙ୍କ ଖେଳ ଜୀବନକୁ ଶେଷ କରି ଦେଇଥିଲେ ବୋଲି ଇର୍ଫାନ ବୁଧବାର ଦେଇଥିବା ଏକ ସାକ୍ଷାତକାର ଅବସରରେ ଦାବି କରିଛନ୍ତି। ସେହି ଗସ୍ତର ପାଞ୍ଚଟି ମୁକାବିଲାରେ ଗମ୍ଭୀରଙ୍କୁ ସେ ଦୁଇଥର ଆଉଟ୍ କରିଥିଲେ।

‘‘ଭାରତ-ପାକିସ୍ତାନ ମ୍ୟାଚ୍‌ରେ ଯିଏ ଭଲ ପ୍ରଦର୍ଶନ କରେ ସେ ହିରୋ ଏବଂ ଯିଏ ଖରାପ ଖେଳେ ସେ ‘ଜିରୋ’ ପାଲଟିଥାଏ। ଗମ୍ଭୀରଙ୍କୁ ମୁଁ ଏମିତି ବୋଲିଂ କରୁଥିଲି ଯେ ସେ ବଲ୍ ଦେଖି ପାରୁନଥିଲେ। ବିଶେଷ କରି ମୋ ବାଉନ୍ସର ‌‌ସେ ଯେଭଳି ଭାବେ ଖେଳୁଥିଲେ, ତାକୁ ଦେଖି ସମସ୍ତେ କହୁଥିଲେ ସେ ଆଉ ଆଗର ଗମ୍ଭୀର ନାହାନ୍ତି। ମୋ ଉଚ୍ଚତା ଓ ବୋଲିଂର ଏତେ ଚାପ ଗମ୍ଭୀରଙ୍କ ଉପରେ ଥିଲା ଯେ ସେ ନିଜ ସ୍ବାଭାବିକ ଖେଳ ଖେଳିପାରୁନଥିଲେ। ସେଥିପାଇଁ ଦଳରୁ ବାଦ୍ ପଡ଼ିଥିଲେ ଏବଂ ଆଉ ଫେରିନଥ‌ିଲେ। ମାତ୍ର କିଛି ମ୍ୟାଚ୍ ପରେ ତାଙ୍କ ଖେଳ ଜୀବନ ଶେଷ ହୋଇ ଯାଇଥିଲା।

ସମ୍ବନ୍ଧିତ ଖବର