ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ ଦ୍ରୁତ ବୋଲର ଇର୍ଫାନ ପଠାନ ଆଇପିଏଲ୍ ଆରମ୍ଭ ପୂର୍ବରୁ ସମସ୍ତ ଶ୍ରେଷ୍ଠ ବୋଲରଙ୍କୁ ଚେତାବନୀ ଦେଇଛନ୍ତି। ଅବସର ପରେ ତାଜା ହୋଇଥିବା ମହେନ୍ଦ୍ର ସିଂହ ଧୋନିଙ୍କ ପ୍ରତି ସାବଧାନ ରୁହ ବୋଲି ଇର୍ଫାନ କହିଛନ୍ତି। ଧୋନି ଏବେ ଆଇପିଏଲ୍ରେ ଖେଳିବାକୁ ଯାଉଛନ୍ତି। ମୁଁ ଭାବୁଛି ମୋ ଭଳି ଅବସର ନେଇଥିବା ବୋଲରମାନେ ବହୁତ ଖୁସି ଥିବେ। କାରଣ ଧୋନିଙ୍କୁ ସେମାନେ ବୋଲିଂ କରିବେନି। ହେଲେ ଅବସର ନେଇ ସାରିଥିବାରୁ ତାଙ୍କ ଉପରେ ଆଉ ଅନ୍ତର୍ଜାତୀୟ ଚାପ ନାହିଁ। ଏବେ ସେ ପୂରା ତାଜା ଅଛନ୍ତି। ଆଇପିଏଲ୍ ଖେଳିବାକୁ ଯାଉଥିବା ସମସ୍ତ ଶ୍ରେଷ୍ଠ ବୋଲର୍ ତାଙ୍କୁ ହେୟ ମନେ କରିପାରିବେନି ବୋଲି ଷ୍ଟାର୍ ସ୍ପୋର୍ଟସ 'କ୍ରିକେଟ୍ କନେକ୍ଟେଡ୍' ସୋ' ଚାଟ୍ରେ ଇର୍ଫାନ ପ୍ରକାଶ କରିଛନ୍ତି।
ଧୋନି ସିଏସ୍କେ ପାଇଁ ଖେଳିଲା ବେଳେ ପୂରା ଉପଭୋଗ କରନ୍ତି ଏବଂ ବ୍ୟାଟ୍ସମ୍ୟାନ୍ ଭାବେ ଶ୍ରେଷ୍ଠ ପ୍ରଦର୍ଶନ କରିଥା'ନ୍ତି। ଚଳିତ ବର୍ଷ ଆଇପିଏଲ୍ରେ ତାଙ୍କ ପ୍ରଦର୍ଶନ ଦେଖିବାକୁ ମୁଁ ଚାହିଁ ରହିଛି ଏବଂ ସମସ୍ତ ବୋଲରଙ୍କୁ ମୋର ଆହ୍ବାନ ସାବଧାନ ରୁହନ୍ତୁ ବୋଲି ଇର୍ଫାନ କହିଛନ୍ତି। ସୂଚନାଯୋଗ୍ୟ ଯେ ଧୋନି ଅନ୍ତର୍ଜାତୀୟ କ୍ରିକେଟ୍ରୁ ଅବସର ନେଇ ସାରିଛନ୍ତି। ହେଲେ ଆଇପିଏଲ୍ରେ ଆଉ ୨-୩ ବର୍ଷ ଖେଳି ଜାରି ରଖିବାର ସମ୍ଭାବନା ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/08/dhoni-jadeja.jpg)