ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ କ୍ରିକେଟର୍ ଯୁବରାଜ ସିଂହ ନିକଟରେ ଇନ୍ଷ୍ଟାଗ୍ରାମ୍ରେ ଏକ ଭିଡିଓ ଛାଡ଼ିଛନ୍ତି। ଯେଉଁଥିରେ ସେ ଅଭିନେତ୍ରୀ ପତ୍ନୀ ହାଜେଲ କିଚ୍ଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ହେଲେ ଏହି ଭିଡିଓ ଦେଖିବା ପରେ ତୁରନ୍ତ ପ୍ରତ୍ୟେକ ଅନୁଗାମୀ ହାଜେଲ ଗର୍ଭବତୀ ଥିବା ନେଇ କଳ୍ପନାଜଳ୍ପନା ଆରମ୍ଭ କରିଦେଇଛନ୍ତି। ଅଭିଷେକ କପୁର, ଅଙ୍ଗଦ ବେଦୀ, ସାଗରିକା ଘାଟ୍ଗେ, କ୍ରିସ୍ ଗେଲ୍ଙ୍କ ଭଳି ସେଲିବ୍ରିଟି ବନ୍ଧୁଙ୍କ ସହ ସଂଖ୍ୟାଧିକ ପ୍ରଶଂସକ ହାଜେଲ୍ଙ୍କୁ ମଧ୍ୟ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। କିନ୍ତୁ ଯୁବି କିମ୍ବା ହାଜେଲ କେହି ବି ଗର୍ଭବତୀ ଖବରକୁ ଏପର୍ଯ୍ୟନ୍ତ ଘୋଷଣା କରିନାହାନ୍ତି। ହେଲେ ହାଜେଲ ପ୍ରଥମ ସନ୍ତାନକୁ ଜନ୍ମ ଦେବାର ଗୁଜବ ପ୍ରଚାର ହେବାରେ ଲାଗିଛି।
ଯୁବିଙ୍କ ପତ୍ନୀ ହାଜେଲ ଗର୍ଭବତୀ?
/sambad/media/post_attachments/wp-content/uploads/2021/03/f5h46sf4h6f5s6fsh46f5s4f5s6hfshfshfhshfs.jpg)