ପ୍ରଥମ ଦିନିକିଆ : ରୋହିତଙ୍କ ସହ ଓପନ କରିବେ ଇଶାନ

ମୁମ୍ବାଇ : ଆସନ୍ତା ରବିବାର ଦିନ  ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମଠାରେ ଖେଳାଯିବାକୁ ଥିବା ଭାରତ ଓ ଓ୍ବେଷ୍ଟଇଣ୍ଡିଜ ପ୍ରଥମ ଦିନିକିଆ ମ୍ୟାଚରେ ଅଧିନାୟକ ରୋହିତ ଶର୍ମାଙ୍କ ସହ ଇଶାନ କିଷନ ଇନିଂସ ଓପନ କରିବେ । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ରୋହିତ ଏହି ସୂଚନା ଦେଇଛନ୍ତି । ଉଭୟ ରୋହିତ ଓ କିଷନ ଆଜି ଅଭ୍ୟାସ କରିଛନ୍ତି ।

ଭାରତର ନିୟମିତ ଓପନର ଶିଖର ଧଓ୍ବନ କରୋନା ଆକ୍ରାନ୍ତ ଥିବାବେଳେ କେଏଲ ରାହୁଲ ୨ୟ ଦିନିକିଆରୁ ଦଳରେ ଯୋଗ ଦେବେ । ସେହିପରି ନୂଆ ଓପନର ଋତୁରାଜ ଗାଇକ୍ବାଡ୍ ମଧ୍ୟ କରୋନା ଆକ୍ରାନ୍ତ ହୋଇଛନ୍ତି । ସେହିପରି ମୟଙ୍କ ଅଗ୍ରଓ୍ବାଲ ଏବେ କ୍ବାରାଣ୍ଟାଇନରେ ରହିଛନ୍ତି ।

ରବିବାର ଖେଳାଯିବାକୁ ଥିବା ଭାରତ ଓ ଓ୍ବେଷ୍ଟଇଣ୍ଡିଜ ପ୍ରଥମ ଦିନିକିଆ ମ୍ୟାଚଟି ଭାରତର ୧,୦୦୦ ତମ ଏକଦିବସୀୟ ମ୍ୟାଚ ହେବ । ଅର୍ଥାତ ଭାରତ ଏପର୍ଯ୍ୟନ୍ତ ମୋଟ ୯୯୯ଟି ଏକଦିବସୀୟ ମ୍ୟାଚ ଖେଳିଛି ।

ସୂଚନାଯୋଗ୍ୟ ଯେ, ଭାରତୀୟ ଦଳର ଆଉ କେତେକ ଖେଳାଳି ଯେପରିକି ଶ୍ରେୟସ ଆୟାର ଓ ନବଦୀପ ସାଇନି ଓ ଅକ୍ଷର ପଟେଲ କରୋନା ସଂକ୍ରମିତ ହୋଇଛନ୍ତି । ଅହମଦାବାଦରେ ପହଞ୍ଚିବା ପରେ ଏସବୁ ଖେଳାଳିଙ୍କ ରିପୋର୍ଟ ପଜିଟିଭ ବାହାରିଥିଲା ।

ସମ୍ବନ୍ଧିତ ଖବର