ନୂଆଦିଲ୍ଳୀ: ଟିମ୍ ଇଣ୍ଡିଆର ୱିକେଟ୍ କିପର୍ ଋଷଭ ପନ୍ଥଙ୍କ ଦୁର୍ଘଟଣା ପରେ ସେ ଖେଳାଖେଳିରୁ ନିଜକୁ ଦୂରେଇ ରଖିଛନ୍ତି। ଗତ ମାସରେ ତାଙ୍କର କୋକିଲାବେନ୍ ହସ୍ପିଟାଲ୍ରେ ସର୍ଜରୀ ହୋଇଛି। ସର୍ଜରୀ ପରେ ପନ୍ଥ ସୋସିଆଲ୍ ମିଡିଆରେ ନିଜର ପ୍ରଥମ ଫଟୋ ସେୟାର କରିଛନ୍ତି। ଫଟୋରେ ସେ ଆଶାବାଡ଼ି ସାହାରାରେ ଚାଲୁଥିବାର ନଜର ଆସିଛନ୍ତି। ତାଙ୍କ ପାଦରେ ପ୍ଲାଷ୍ଟର୍ ହୋଇଥିବା ବି ଆପଣ ସ୍ପଷ୍ଟ ଦେଖିପାରୁଥିବେ।
ପନ୍ଥ ତାଙ୍କ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟ୍ରେ ଫଟୋଟିକୁ ସେୟାର କରି ଲେଖିଛନ୍ତି, ‘ଏକ ପାଦ ଆଗକୁ, ଏକ ପାଦ ମଜବୁ୍ତ୍, ଏକ ପାଦ ଉତ୍ତମ।’ ପନ୍ଥଙ୍କ ଏହି ପୋଷ୍ଟ୍ରେ ଖୁବ୍ ଭଲ ଭଲ କମେଣ୍ଟ୍ ସବୁ ଦେଖିବାକୁ ମିଳିଛି। ସେ ଶୀଘ୍ର ସୁସ୍ଥ ହୁଅନ୍ତୁ ବୋଲି ପ୍ରଶଂସକ ଶୁଭେଚ୍ଛା ଦେଇଛନ୍ତି।
View this post on Instagram
ଋଷଭ ପନ୍ଥ ଫଟୋ ସେୟାର କରିବା ପରେ ତାଙ୍କ ପ୍ରେମିକା ଈଶା ନେଗି ବି କମେଣ୍ଟ୍ କରିଛନ୍ତି। ସେ ଋଷଭଙ୍କୁ ‘ଯୋଦ୍ଧା’ ବୋଲି ସମ୍ବୋଧନ କରିଛନ୍ତି। ଏହା ସହ ଈଶା ନାଲି ରଂଗର ଏକ ହାର୍ଟ ଇମୋଜି ବି ପୋଷ୍ଟ୍ କରିଛନ୍ତି।
ଉଲ୍ଲେଖଯୋଗ୍ୟ, ଡିସେମ୍ବର ୩୦ ତାରିଖରେ ଦିଲ୍ଲୀରୁ ଉତ୍ତରାଖଣ୍ଡକୁ ଆସୁଥିବା ବେଳେ ସଡ଼କ ଡିଭାଇଡର୍ରେ ଧକ୍କା ଖାଇ କାର୍ରେ ନିଆଁ ଲାଗିଯିବାରୁ ଭାରତୀୟ କ୍ରିକେଟ୍ ଖେଳାଳି ଋଷଭ ପନ୍ତ ଆହତ ହୋଇଥିଲେ। ପନ୍ଥ ତାଙ୍କ ମର୍ସିଡିଜ୍ କାର୍ ଚଳାଇ ଆସୁଥିବା ବେଳେ ଉତ୍ତରାଖଣ୍ଡର ରୂଡ଼କୀ ଅନ୍ତର୍ଗତ ନର୍ସାନ୍ ସୀମାନ୍ତ ନିକଟ ହମ୍ମାଦ୍ପୁର ଝାଲ୍ରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ତାପରେ ତାଙ୍କୁ ଚିକିତ୍ସା ପାଇଁ ତୁରନ୍ତ ନିକଟସ୍ଥ ‘ସକ୍ଷମ ହସ୍ପିଟାଲ୍’ରେ ଭର୍ତ୍ତି କରାଯାଇଥିଲା। ପରେ ମୁମ୍ବାଇ ଅଣାଯାଇ ଅସ୍ତ୍ରୋପଚାର କରାଯାଇଥିଲା।