ଚର୍ଚ୍ଚାରେ ଈଶାନ-ଅଦିତି ପ୍ରେମ କାହାଣୀ

ରାଞ୍ଚି: ଇଂଲଣ୍ଡ ବିପକ୍ଷ ଦ୍ବିତୀୟ ଟ୍ବେଣ୍ଟି-୨୦ରେ ମ୍ୟାଚ୍ ବିଜୟୀ ତଥା ବିସ୍ଫୋରକ ଅର୍ଦ୍ଧଶତକ ଅର୍ଜନ କରିବା ପରେ ଝାଡ଼ଖଣ୍ଡର ବାମହାତୀ ବ୍ୟାଟର୍‌ ଈଶାନ କିଶନ ଭାରତୀୟ କ୍ରିକେଟ୍‌ର ନୂଆ ନାୟକ ଭାବେ ଉଭା ହୋଇଛନ୍ତି। ତାଙ୍କ ପେସାଦାର ଓ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚା ବି ଜୋର୍ ଧରିଛି। ଏଭଳି ସ୍ଥିତିରେ ମଡେଲ ଅଦିତି ହୁଣ୍ଡିଆ ଓ ତାଙ୍କ ସଂପର୍କ ମଧ୍ୟ ଆଲୋଚନାର ପରିସରକୁ ଆସିଛି। ୟୁଏଇରେ ଆୟୋଜିତ ଆଇପିଏଲ୍-୧୩ ଅବସରରେ ମୁମ୍ବାଇ ଇଣ୍ଡିଆନ୍ସ ଦଳକୁ ସମର୍ଥନ କରି ଅଦିତି ମଧ୍ୟ ବେଶ୍ ଲୋକପ୍ରିୟତା ସାଉଣ୍ଟିଥିଲେ। ଈଶାନଙ୍କୁ ନେଇ ସାମାଜିକ ଗଣମାଧ୍ୟମରେ ସେ କରିଥିବା କିଛି ପୋଷ୍ଟ ମଧ୍ୟ ଭାଇରାଲ ହୋଇଥିଲା।

ସୁନ୍ଦର ଓ ଆକର୍ଷଣୀୟ ଚେହେରାର ଅଧିକାରିଣୀ ଅଦିତି ଓ ଈଶାନଙ୍କ ପ୍ରେମ କାହାଣୀ କିନ୍ତୁ ଦୁଇ ବର୍ଷ ତଳୁ ଆରମ୍ଭ ହୋଇଥିଲା। ସେବେଠାରୁ ଉଭୟ ଉଭୟଙ୍କ ବହୁ ଫଟୋ ସାମାଜିକ ଗଣମାଧ୍ୟମରେ ପ୍ରକାଶ କରି ଆସୁଛନ୍ତି। ୧୯୯୭ ମସିହା ଜାନୁଆରି ୧୫ ତାରିଖରେ ଜନ୍ମଗ୍ରହଣ କରିଥିବା ଅଦିତି ଫେସନ ଓ ଗ୍ଲାମର ଦୁନିଆର ଏକ ପରିଚିତ ନାଁ। ୨୦୧୭ ମସିହାର ମିସ୍ ଇଣ୍ଡିଆ ପ୍ରତିଯୋଗିତା ପରେ ସେ ଲୋକଲୋଚନକୁ ଆସିଥିଲେ। ସେ ମଧ୍ୟ ଏଫ୍‌ବିବି କଲର୍ସ ଫେମିନା ମିସ୍ ଇଣ୍ଡିଆ ରାଜସ୍ଥାନ ମୁକୁଟ ଜିତିଥିଲେ। ୨୦୧୮ରେ ମିସ୍ ସୁପରନ୍ୟାସନାଲ୍ ପ୍ରତିଯୋଗିତା ଜିତିବା ପରେ ପୋଲାଣ୍ଡରେ ଆୟୋଜିତ ମିସ୍ ଅନ୍ତର୍ଜାତୀୟ ସୁପରନ୍ୟାସନାଲ୍‌ ପ୍ରତିଯୋଗିତାରେ ଭାରତର ପ୍ରତିନିଧିତ୍ବ କରିଥିଲେ।

ସମ୍ବନ୍ଧିତ ଖବର