କାଉଣ୍ଟି ପଦାର୍ପଣରେ ଈଶାନ୍ତଙ୍କୁ ୫ ଓ୍ଵିକେଟ୍‌ ସଫଳତା

ଲଣ୍ଡନ: ଇଂଲଣ୍ଡର ଘରୋଇ କ୍ରିକେଟ୍‌ ପ୍ରତିଯୋଗିତା ‘କାଉଣ୍ଟି କ୍ରିକେଟ୍‌’ରେ ଭାରତୀୟ ଦ୍ରୁତ ବୋଲର ଈଶାନ୍ତ ଶର୍ମା ସଫଳ ପଦାର୍ପଣ କରିଛନ୍ତି। ନିଜ ପ୍ରଥମ ମ୍ୟାଚ୍‌ରେ ହିଁ ସେ ୫ ଓ୍ଵିକେଟ୍‌ ସଫଳତା ଲାଭ କରିଛନ୍ତି। ତାଙ୍କ ଚମତ୍କାର ବୋଲିଂ ବଳରେ ହିଁ ସସେକ୍ସ ନିଜ ପୁରୁଣା ପ୍ରତିଦ୍ୱନ୍ଦ୍ୱୀ ଓ୍ଵାରଓ୍ଵିକ୍‌ସାୟାର ବିପକ୍ଷ ମୁକାବିଲାକୁ ଅମୀମାଂସିତ ରଖିପାରିଛି। ଈଶାନ୍ତ ଓ୍ଵାର୍‌ଓ୍ଵିକସାୟାରର ପ୍ରଥମ ପାଳିରେ ୫୩ ରନ୍‌ ଦେଇ ୩ ଓ୍ଵିକେଟ୍‌ ନେଇଥିଲା ବେଳେ ଦ୍ୱିତୀୟ ପାଳିରେ ୧୬ ରନ୍‌ ଦେଇ ୨ ଓ୍ଵିକେଟ୍‌ ହାସଲ କରିଥିଲେ। ଭାରତ ପକ୍ଷରୁ ୮୧ ଟେଷ୍ଟ୍‌ ଏବଂ ୮୦ ଦିନିକିଆ ଖେଳିିଥିବା ୨୯ ବର୍ଷୀୟ ଈଶାନ୍ତ କାଉଣ୍ଟି ଋତୁର ପ୍ରଥମ ଦୁଇ ମାସରେ ସସେକ୍ସର ପ୍ରତିନିଧିତ୍ୱ କରିବେ। ଏହି ସମୟ ମଧ୍ୟରେ ସେ କାଉଣ୍ଟି କ୍ରିକେଟ୍‌ରେ ୫ ମ୍ୟାଚ୍‌ ସହ ଇଂଲଣ୍ଡ ସୀମିତ ଓଭର ଘରୋଇ କ୍ରିକେଟ୍‌ର ସମସ୍ତ ୮ଟି ଯାକ ମ୍ୟାଚ୍‌ରେ ସସେକ୍ସ ପକ୍ଷରୁ ଖେଳିବେ।

ସମ୍ବନ୍ଧିତ ଖବର