ମୁମ୍ବାଇ: ଦ୍ରୁତ ବୋଲର ଈଶାନ୍ତ ଶର୍ମାଙ୍କ ବିଶ୍ବକପ୍ ଖେଳିବା ସ୍ବପ୍ନ ପୂରଣ ହେବାର ସମ୍ୟକ୍ ଆଶା ଦେଖାଦେଇଛି। ଆଦୌ ବିଶ୍ବକପ୍ ଖେଳିନଥିବା ଏହି ଦିଲ୍ଲୀ ତାରକା ଆସନ୍ତା ବିଶ୍ବକପ୍ ପାଇଁ ଭାରତୀୟ ଦଳରେ ଷ୍ଟାଣ୍ଡ୍ବାଇ ଭାବେ ମନୋନୀତ ହୋଇଛନ୍ତି। ପୂର୍ବରୁ ଋଷଭ ପନ୍ତ୍, ଅମ୍ବାତି ରାୟୁଡୁ ଓ ନଭ୍ଦୀପ୍ ସାଇନି ଏହି ତାଲିକାରେ ସାମିଲ ଥିଲା ବେଳେ ମଙ୍ଗଳବାର ଭାରତୀୟ କ୍ରିକେଟ୍ ବୋର୍ଡ ଈଶାନ୍ତଙ୍କ ନାମ ଯୋଡ଼ିଛି। କୌଣସି ଦ୍ରୁତ ବୋଲର ଆହତ ଯୋଗୁ ବିଶ୍ବକପ୍ରୁ ବାଦ୍ ପଡ଼ିଲେ ନଭ୍ଦୀପ୍ ଓ ଈଶାନ୍ତଙ୍କୁ ସୁଯୋଗ ମିଳିବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି। ତଥାପି ଏକ୍ଷେତ୍ରରେ ସାଇନି ପ୍ରଥମ ପସନ୍ଦ ରହିଥିଲା ବେଳେ ଈଶାନ୍ତ ଦ୍ବିତୀୟ ପସନ୍ଦ ରହିବେ। ଈଶାନ୍ତ ଇଂଲିସ୍ ପରିବେଶରେ ବୋଲିଂ କରିବାରେ ଯଥେଷ୍ଟ ଅଭିଜ୍ଞତା ରଖିଛନ୍ତି। ଏବେ ମଧ୍ୟ ସେ ଖୁବ୍ ଭଲ ବୋଲିଂ କରୁଛନ୍ତି ବୋଲି ବିସିସିଆଇ ପକ୍ଷରୁ କୁହାଯାଇଛି। ଚଳିତ ଆଇପିଏଲ୍ରେ ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ଖେଳିଥିବା ଈଶାନ୍ତ ମଧ୍ୟ ୧୦ ମ୍ୟାଚ୍ ଖେଲି ୧୦ ୱିକେଟ୍ ଦଖଲ କରିଛନ୍ତି। ସେ ମଧ୍ୟ ଭାରତ ପାଇଁ ୮୦ ଦିନିକିଆ ଆନ୍ତର୍ଜାତିକ ମ୍ୟାଚ୍ ଖେଳି ୧୧୫ ୱିକେଟ୍ ଅକ୍ତିଆର କରିଥିଲା ବେଳେ ଗତ ପ୍ରାୟ ୨ ବର୍ଷ ମଧ୍ୟରେ ତାଙ୍କର ଟେଷ୍ଟ୍ ପ୍ରଦର୍ଶନ ଉଚ୍ଚକୋଟୀର ରହିଛି।
ଈଶାନ୍ତ ଷ୍ଟାଣ୍ଡ୍ବାଇ
/sambad/media/post_attachments/wp-content/uploads/2019/05/9-Ishant-sharma.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)