ଭୁବନେଶ୍ବର: ଭୁବନେଶ୍ବର ଭିତ୍ତିକ ଆଇଏସ୍‌ଏଲ୍‌ ଦଳ ଓଡ଼ିଶା ଏଫ୍‌ସି ସହ ଈଶାକ ରାଲ୍‌ଟେଙ୍କ ଚୁକ୍ତି ୨୦୨୬ ପର୍ଯ୍ୟନ୍ତ ବଢ଼ିଛି। ଏହି ମିଜୋରାମ ଜନ୍ମିତ ୱିଙ୍ଗର ୨୦୨୦ରେ ଓଡ଼ିଶା ଏଫ୍‌ସିରେ ପଦାର୍ପଣ କରିଥିଲେ। ୨୦୨୨-୨୩ ଋତୁରେ ଈଶାକ ୨ଟି ଗୋଲ୍‌ କରିଥିଲା ବେଳେ ୨ଟିରେ ସହଯୋଗ କରିଥିଲେ। ସେ ଫେବ୍ରୁଆରି ମାସର ଇମର୍ଜିଂ ଖେଳାଳି ହେବା ସହ ହାଇଦ୍ରାବାଦ ଏଫ୍‌ସି ବିପକ୍ଷରେ ଶ୍ରେଷ୍ଠ ଖେଳାଳି ପୁରସ୍କାର ପୁରସ୍କାର ପାଇଥିଲେ।