ଜାମସେଦପୁର : ଚଳିତ ଆଇଏସ୍ଏଲ୍ ଫୁଟ୍ବଲ୍ ପ୍ରତିଯୋଗିତାର ରବିବାର ମ୍ୟାଚ୍ରେ ଏଟିକେ ଏଫ୍ସି ବିଜୟୀ ହୋଇ ପଏଣ୍ଟ୍ ଟେବୁଲର ଶୀର୍ଷକୁ ଉଠିଛି। ଏହି ଦଳ ୩-୦ ଗୋଲ୍ରେ ଘରୋଇ ଜାମସେଦପୁର ଏଫ୍ସିକୁ ପରାସ୍ତ କରି ଦେଇଥିଲା। ଏଟିକେ ପକ୍ଷରୁ କ୍ରୀଷ୍ଣା ରୟ (୨, ୭୫ ମିନିଟ୍) ଦୁଇଟି ଓ ଏଡୁ ଗାର୍ସିଆ (୫୯ ମିନିଟ୍) ଗୋଟିଏ ଗୋଲ୍ ଦେଇଥିଲେ। ଏହି ମ୍ୟାଚ୍ ଜିତିବା ପରେ ପଏଣ୍ଟ୍ରେ ଏଫ୍ସି ଗୋଆ (୩୦ ପଏଣ୍ଟ୍) ସମାନ ହୋଇଥିଲେ ଗୋଲ୍ ବ୍ୟବଧାନରେ ଏଟିକେ ଶୀର୍ଷ ସ୍ଥାନ ଅଧିକାର କରିଛି। ଗୋଆ ଦ୍ବିତୀୟ, ବେଙ୍ଗାଲୁରୁ ଏଫ୍ସି (୨୮ ପଏଣ୍ଟ୍) ତୃତୀୟ ଓ ମୁମ୍ବାଇ ସିଟି ଏଫ୍ସି (୨୩ ପଏଣ୍ଟ୍) ଚତୁର୍ଥରେ ରହିଛି। ଚେନ୍ନାୟିନ୍ ଏଫ୍ସି ଓ ଓଡ଼ିଶା ଏଫ୍ସି ୨୧ ପଏଣ୍ଟ୍ ଲେଖାଏଁ ପାଇ ଯଥାକ୍ରମେ ପଞ୍ଚମ ଓ ଷଷ୍ଠ ସ୍ଥାନରେ ରହିଛନ୍ତି।
ଆଇଏସ୍ଏଲ୍ ଫୁଟ୍ବଲ୍ ପ୍ରତିଯୋଗିତା: ଶୀର୍ଷକୁ ଉଠିଲା ଏଟିକେ
/sambad/media/post_attachments/wp-content/uploads/2020/02/atk.png)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)