ଆଇଏସ୍‌ଏଲ୍‌: ହାଇଦ୍ରାବାଦକୁ ହରାଇଲା ଏଟିକେ

ବିଜୟ ଲକ୍ଷ୍ୟରେ ଓଡ଼ିଶା ଏଫ୍‌ସି

କୋଲ୍‌କାତା: ଚଳିତ ଆଇଏସ୍‌ଏଲ୍‌ରେ ଏଟିକେ ପ୍ରଥମ ବିଜୟ ପାଇଛି। ପ୍ରଥମ ମ୍ୟାଚ୍‌ରେ କେରଳ ବ୍ଲାଷ୍ଟର୍ସଠୁ ହାରିଥିବା ‌ଏଟିକେ ଶୁକ୍ରବାର ନିଜ ଘରୋଇ ପଡ଼ିଆରେ ୫-୦ ଗୋଲ୍‌ରେ ହାଇଦ୍ରାବାଦ ଏଫ୍‌ସିକୁ ପରାସ୍ତ କରିଛି। ଡେଭିଡ୍‌ ୱିଲିୟମ୍ସ (୨୫, ୪୪ ମିନିଟ୍‌) ଓ ଇଦୁ ଗାର୍ସିଆ (୮୮, ୯୦ ମିନିଟ୍‌) ଦୁଇଟି ଲେଖାଏଁ ଏବଂ କ୍ରିଷ୍ଣା ରୟ (୨୭ ମିନିଟ୍‌) ଗୋଟିଏ ଗୋଲ୍‌ ଦେଇଥିଲେ।

ବିଜୟ ଲକ୍ଷ୍ୟରେ ଓଡ଼ିଶା ଏଫ୍‌ସି
ପ୍ରଥମ ଥର ଲାଗି ଅଂଶଗ୍ରହଣ କରିଥିବା ଓଡ଼ିଶା ଏଫ୍‌ସି ଶନିବାର ପ୍ରଥମ ବିଜୟ ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ। ପ୍ରଥମ ମ୍ୟାଚ୍‌ରେ ଜାମସେଦପୁର ଏଫ୍‌ସିଠୁ ହାରିଥିବା ଓଡ଼ିଶା ଦ୍ବିତୀୟ ମ୍ୟାଚ୍‌ରେ ଗୌହାଟିରେ ଘରୋଇ ନର୍ଥଇଷ୍ଟ ୟୁନାଇଟେଡ୍‌କୁ ଭେଟିବ। ନର୍ଥଇଷ୍ଟ୍‌ ଦଳ ନିଜର ପ୍ରଥମ ମ୍ୟାଚ୍‌ରେ ବେଙ୍ଗାଲୁରୁ ଏଫ୍‌ସି ସହ ପଏଣ୍ଟ୍‌ ବାଣ୍ଟିଥିଲା। ଖେଳାଳିଙ୍କ ପ୍ରଦର୍ଶନ‌ରେ ଆମେ ସନ୍ତୁଷ୍ଟ ଅଛୁ। ପୂର୍ବ ମ୍ୟାଚ୍‌ର ଭୁଲକୁ ସୁଧାରି ବିଜୟ ଲାଗି ଚେଷ୍ଟା କରିବୁ ବୋଲି କହିଛନ୍ତି ଓଡ଼ିଶାର ପ୍ରଶିକ୍ଷକ ଯୋଶେଫ ଗୋମ୍ବାଓ କହିଛନ୍ତି।

ସମ୍ବନ୍ଧିତ ଖବର