ଆଇଏସ୍‌ଏଲ୍‌: ଚେନ୍ନାଇନ୍‌, ଏଟିକେ ବିଜୟୀ

ବେଙ୍ଗାଲୁରୁ/ ମୁମ୍ବାଇ: ଚଳିତ ଇଣ୍ଡିଆନ୍‌ ସୁପର ଲିଗ୍‌ ଫୁଟ୍‌ବଲ୍‌ ପ୍ରତିଯୋଗିତାରେ ରବିବାର ଚେନ୍ନାଇନ୍‌ ଏଫ୍‌ସି ଏବଂ ଏଟିକେ ବିଜୟୀ ହୋଇଛନ୍ତି। ଚେନ୍ନାଇନ୍‌ ୨-୧ ଗୋଲ୍‌ରେ ଘରୋଇ ବେଙ୍ଗାଲୁରୁ ଏଫ୍‌ସିକୁ ପରାସ୍ତ କରିଛି। ଚେନ୍ନାଇନ୍‌ ପକ୍ଷରୁ ଜେଜେ ଲାଲ ପେଖଲୁଆ (୫ ମିନିଟ୍‌) ଓ ଧନପାଲ ଗଣେଶ (୮୮ ମିନିଟ୍‌) ଏବଂ ବେଙ୍ଗାଲୁରୁ ପକ୍ଷରୁ ସୁନୀଲ ଛେତ୍ରୀ (୮୫ ମିନିଟ୍‌) ଗୋଟିଏ ଲେଖାଏଁ ଗୋଲ୍‌ ଦେଇଥିଲେ। ଅନ୍ୟପକ୍ଷରେ ଏଟିକେ ୧-୦ ଗୋଲ୍‌ରେ ମୁମ୍ବାଇକୁ ପରାସ୍ତ କରିଛି। ଏଟିକେ ପକ୍ଷରୁ ବିଜୟୀ ଗୋଲ୍‌ଟି ରବିନ୍‌ ସିଂହ (୫୪ ମିନିଟ୍‌) ଦେଇଥିଲେ।

ସମ୍ବନ୍ଧିତ ଖବର