ଆଇଏସ୍‌ଏଲ୍‌: ସିଟି ପୁନେର ଦ୍ୱିତୀୟ ବିଜୟ

ପୁନେ ଚଳିତ ଇଣ୍ଡିଆନ୍‌ ସୁପର ଲିଗ୍‌ (ଆଇଏସ୍‌ଏଲ୍‌) ଫୁଟ୍‌ବଲ୍‌ ପ୍ରତିଯୋଗିତାରେ ଏଫ୍‌ସି ସିଟି ପୁନେ ଦ୍ୱିତୀୟ ବିଜୟ ହାସଲ କରିଛି। ବୁଧବାର ପୁନେର ଶ୍ରୀ ଶିବ ଛତ୍ରପତି ସ୍ପୋର୍ଟସ କମ୍ପ୍ଲେକ୍ସରେ ଖେଳାଯାଇଥିବା ମ୍ୟାଚ୍‌ରେ ପୁନେ ଦଳ ୨-୧ ଗୋଲ୍‌ରେ ମୁମ୍ବାଇ ସିଟି ଏଫ୍‌ସିକୁ ପରାସ୍ତ କରିଛି। ପଞ୍ଚଦଶ ମିନିଟ୍‌ରେ ମୁମ୍ବାଇର ବଲବନ୍ତ ସିଂହ ଗୋଲ୍‌ ଦେଇ ଦଳକୁ ୧-୦ରେ ଆଗୁଆ କରିଥିଲେ। ଦ୍ୱିତୀୟାର୍ଧରେ ଏମିଲିଆନେ ଆଲ୍‌ଫାରୋଙ୍କ ଯୁଗଳ ଗୋଲ୍‌ ବଳରେ ପୁନେ ଏହି ବିଜୟ ପାଇଥିଲା। ଆଲ୍‌ଫାରୋ ୭୪ ମିନିଟ୍‌ରେ ପେନାଲ୍‌ଟି ଏବଂ ୯୦ ମିନିଟ୍‌ରେ ଫିଲ୍‌ଡ ଗୋଲ୍‌ କରିଥିେଏ। ଅନ୍ୟପକ୍ଷରେ ମୁମ୍ବାଇ ନିଜର ଦ୍ୱିତୀୟ ପରାଜୟ ସହ ପଏଣ୍ଟ୍‌ ତାଲିକାର ଷଷ୍ଠ ସ୍ଥାନରେ ରହିଥିଲା ବେଳେ ପୁନେ ଦ୍ୱିତୀୟରେ ଏବଂ ବେଙ୍ଗାଲୁରୁ ଏଫ୍‌ସି ଶୀର୍ଷରେ ରହିଛି।

ସମ୍ବନ୍ଧିତ ଖବର