ଆଇଏସ୍‌ଏଲ୍‌: ଦିଲ୍ଲୀ ଡାଏନାମସ୍‌ ବିଜୟୀ

ପୁନେ: ଚଳିତ ଇଣ୍ଡିଆନ୍‌ ସୁପର ଲିଗ୍‌ ଫୁଟ୍‌ବଲ୍‌ ପ୍ରତିଯୋଗିତାରେ ବୁଧବାର ଦିଲ୍ଲୀ ଡାଇନାମସ୍‌ ୩-୨ ଗୋଲ୍‌ରେ ଏଫ୍‌ସି ପୁନେ ସିଟିକୁ ପରାସ୍ତ କରିଛି। ଏହି ମ୍ୟଚ୍‌ର ପ୍ରଥମାର୍ଧ ଗୋଲ୍‌ ଶୂନ୍ୟ ଭାବେ ଶେଷ ହୋଇଥିଲା। ଦ୍ୱିତୀୟାର୍ଧ ଆରମ୍ଭର ପ୍ରଥମ ମିନିଟ୍‌ ପରେ ପାଓଲିନ୍‌ ଡାଇସ୍‌ ଗୋଲ୍‌ ଦେଇ ଦିଲ୍ଲୀକୁ ଆଗୁଆ କରିଥିଲେ। ଲାଲିଆନ୍‌ଜୁୁଆଲୋ ଛାଙ୍ଗ୍‌ତେ (୫୪ ମିନିଟ୍‌) ଏବଂ ମାତିଆସ୍‌ ମିରାବାଜେ (୬୫ ମିନିଟ୍‌) ଗୋଟିଏ ଲେଖାଏଁ ଗୋଲ୍‌ ଦେଇ ସ୍ଥିତି ୩-୦କୁ ଆଣିଥିଲେ। ପୁନେ ପକ୍ଷରୁ ଏମିଲିଆନୋ ଆଲ୍‌ଫାରୋ (୬୭ ମିନିଟ୍‌) ଏବଂ ମାର୍କୋସ ତେବାର (୯୦ ମିନିଟ୍‌) ଗୋଟିଏ ଲେଖାଏଁ ଗୋଲ୍‌ ପରିଶୋଧ କରି ପରାଜୟ ବ୍ୟବଧାନ କମାଇଥିଲେ।

ସମ୍ବନ୍ଧିତ ଖବର