ଆଇଏସ୍‌ଏଲ୍‌: ଦିଲ୍ଲୀ ଡାଏନାମୋସ୍‌, କେରଳ ବ୍ଲାଷ୍ଟର୍ସ ବିଜୟୀ

ଦିଲ୍ଲୀ/ମୁମ୍ବାଇ: ଚଳିତ ଇଣ୍ଡିଆନ୍‌ ସୁପର ଲିଗ୍‌ (ଆଇଏସ୍‌ଏଲ୍‌) ଫୁଟ୍‌ବଲ୍‌ ପ୍ରତିଯୋଗିତାର ରବିବାର ଦିଲ୍ଲୀ ଡାଏନାମୋସ୍‌ ଏବଂ କେରଳ ବ୍ଲାଷ୍ଟର୍ସ ବିଜୟୀ ହୋଇଛନ୍ତି। ଦିଲ୍ଲୀର ଜବାହରଲାଲ ନେହୁର ଷ୍ଟାଡିୟମରେ ଘରୋଇ ଦିଲ୍ଲୀ ୨-୦ ଗୋଲ୍‌ରେ ବେଙ୍ଗାଲୁରୁ ଏଫ୍‌ସିକୁ ପରାସ୍ତ କରିଥିଲା। ଲଲିଆନ୍‌ଜୁଆଲ୍‌ ଛାଙ୍ଗ୍‌ତେ (୭୨ ମିନିଟ୍‌) ଏବଂ ଗୁୟନ୍‌ ଫର୍ନାଡିଜ୍‌ (୯୦ ମିନିଟ୍‌) ଗୋଲ୍‌ ଦେଇଥିଲେ। ମୁମ୍ବାଇରେ କେରଳ ୧-୦ ଗୋଲ୍‌ରେ ମୁମ୍ବାଇକୁ ହରାଇଥିଲା। କେରଳ ପକ୍ଷରୁ ଏକମାତ୍ର ଗୋଲ୍‌ଟି ଇଆନି ହୋମେ ଦେଇଥିଲେ।

ସମ୍ବନ୍ଧିତ ଖବର