ଆଇଏସ୍‌ଏଲ୍‌, ଜାମସେଦପୁରର ଦ୍ବିତୀୟ ବିଜୟ

ଜାମସେଦପୁର: ଚଳିତ ଆଇଏସ୍‌ଏଲ୍‌ ଫୁଟ୍‌ବଲ୍‌ ପ୍ରତିଯୋଗିତାରେ ଜାମସେଦପୁର ‌ଏଫ୍‌ସି ଲାଗାତାର ଦ୍ବିତୀୟ ବିଜୟ ପାଇଛି। ଓଡ଼ିଶା ଏଫ୍‌ସିକୁ ହରାଇ ବିଜୟରୁ ଅଭିଯାନ ଆରମ୍ଭ କରିଥିବା ଜାମସେଦପୁର ମଙ୍ଗଳବାର ସ୍ଥାନୀୟ ଜେଆର୍‌ଡି ଟାଟା ଷ୍ଟାଡିୟମରେ ହାଇଦ୍ରାବାଦ ଏଫ୍‌ସିକୁ ୩-୧ ଗୋଲ୍‌ରେ ପରାସ୍ତ କରିଛି। ଏହି ବିଜୟ ଫଳରେ ଘରୋଇ ଦଳ ନିଜର ଦୁଇଟି ଯାକ ମ୍ୟାଚ୍‌ ଜିତି ୬ ପଏଣ୍ଟ୍‌ ସହ ତାଲିକାର ଶୀର୍ଷ ସ୍ଥାନ ଦଖଲ କରିଛି। ବିଜୟୀ ଦଳ ପକ୍ଷରୁ ଫାରୁକ ଚୌଧୁରୀ (୩୭ ମିନିଟ୍‌), ଅଙ୍କିତ ଜୟଦେବ (୬୨ ମିନିଟ୍‌) ଏବଂ ସର୍ଜିଓ କାଷ୍ଟଲ (୭୫ ମିନିଟ୍‌) ଗୋଟିଏ ଲେଖାଏଁ ଗୋଲ୍‌ ଦେଇଥିଲେ। ହାଇଦ୍ରାବାଦ ପକ୍ଷରୁ ମାର୍ସିଲୋ ‌ପେରିରା (୪୫ ମିନିଟ୍‌) ଗୋଟିଏ ଗୋଲ୍‌ ଶୁଝିବାକୁ ସକ୍ଷମ ହୋଇଥିଲେ। ବୁଧବାର ମ୍ୟାଚ୍‌ରେ ଚେନ୍ନାଇରେ ଚେନ୍ନାୟିନ୍‌ ଏଫ୍‌ସି ଏବଂ ଏଟିକେ ମୁହାଁମୁହିଁ ହେବେ।

ସମ୍ବନ୍ଧିତ ଖବର