ମୁମ୍ବାଇ: ଚଳିତ ଆଇଏସ୍ଏଲ୍ର ମଙ୍ଗଳବାର ମ୍ୟାଚ୍ରେ ଜାମସେଦପୁର ବିଜୟୀ ହୋଇଛି। ଏହି ଝାଡ଼ଖଣ୍ଡୀ ଦଳ ୨-୦ ଗୋଲ୍ରେ ଘରୋଇ ମୁମ୍ବାଇ ସିଟିକୁ ପରାସ୍ତ କରିଛି। ବିଜୟୀ ଦଳ ପକ୍ଷରୁ ମାରିଓ ଅର୍କସ (୨୮ ମିନିଟ୍) ଏବଂ ପାବ୍ଲୋ ମୋର୍ଗାଦୋ (୯୦ ମିନିଟ୍) ଏହି ଦୁଇ ଗୋଲ୍ ଦେଇଥିଲେ। ସୋମବାର ଗୌହାଟିରେ ଖେଳାଯାଇଥିବା ନର୍ଥଇଷ୍ଟ୍ ୟୁନାଇଟେଡ୍ ଓ ଏଫ୍ସି ଗୋଆ ମ୍ୟାଚ୍ ଅମୀମାଂସିତ (୨-୨) ଭାବେ ଶେଷ ହୋଇଥିଲା।
ଆଇଏସ୍ଏଲ୍: ଜାମସେଦପୁର ବିଜୟୀ
/sambad/media/post_attachments/wp-content/uploads/2018/10/football.jpg)