ଆଇଏସ୍‌ଏଲ୍‌: ଫାଇନାଲ୍‌ରେ ମୋହନ ବାଗାନ-ମୁମ୍ବାଇ ସିଟି

ଗୋଆ: ଚଳିତ ଆଇଏସ୍‌ଏଲ୍‌ ଫୁଟ୍‌ବଲ୍‌ ପ୍ରତିଯୋଗିତାର ଶନିବାର ଫାଇନାଲ୍‌ରେ ଏଟିକେ ମୋହନ ବାଗାନ ଓ ମୁମ୍ବାଇ ସିଟି ମୁହାଁମୁହିଁ ହେବେ। ଏହି ମ୍ୟାଚ୍‌ ଫା‌ଟୋର୍ଡା ଷ୍ଟାଡିୟମରେ ଶନିବାର ଖେଳାଯିବ। ଦୁଇଟି ଯାକ ସେମିଫାଇନାଲ୍‌ର ପ୍ରଥମ ଚରଣ ଅମୀମାଂସିତ ରହିବାରୁ ଦ୍ବିତୀୟ ଚରଣ ଫଳାଫଳରୁ ହିଁ ଦୁଇ ଫାଇନାଲିଷ୍ଟ ବାହାରିଥିଲେ। ସୋମବାର ଖେଳାଯାଇଥିବା ପ୍ରଥମ ସେମିଫାଇନାଲ୍‌ର ଦ୍ବିତୀୟ ଚରଣରେ ମୁମ୍ବାଇ ସିଟି ୬-୫ ସୁଟ୍‌ଆଉଟ୍‌ରେ ଏଫ୍‌ସି ଗୋଆକୁ ପରାସ୍ତ କରି ଫାଇନାଲ୍‌ ଟିକେଟ୍‌ ପାଇଥିଲା। ସେହିଭଳି ଦ୍ବିତୀୟ ସେମିଫାଇନାଲ୍‌‌ର ମଙ୍ଗଳବାର ଦ୍ବିତୀୟ ଚରଣରେ ଏଟିକେ ମୋହନ ବାଗାନ ୨-୧ ଗୋଲ୍‌ରେ ନର୍ଥଇଷ୍ଟ୍‌ ୟୁନାଇଟେଡ୍‌କୁ ପରାସ୍ତ କରିଥିଲା। ଫଳରେ ୩-୨ ବ୍ୟବଧାନରେ ସେମିଫାଇନାଲ୍‌ ଜିତି ଟ୍ରଫି ଦୌଡ଼ରେ ଏଟିକେ ମୋହନ ବାଗାନ ସାମିଲ ହୋଇଥିଲା। ଏଟିକେ ପକ୍ଷରୁ ଡେଭିଡ ୱିଲିୟମ୍ସ (୩୮ ମିନିଟ୍‌) ଓ ମନବୀର ସିଂହ (୬୮ ମିନିଟ୍‌) ଗୋଟିଏ ଲେଖାଏଁ ଗୋଲ୍‌ କରିଥିଲେ। ନର୍ଥଇଷ୍ଟ୍‌ର ଭି.ପି ସୁହୈର (୭୪ ମିନିଟ୍‌) ଗୋଟିଏ ଗୋଲ୍‌ କରିଥିଲେ।

ସମ୍ବନ୍ଧିତ ଖବର