ଆଇଏସ୍‌ଏଲ୍‌: ଦିଲ୍ଲୀକୁ ହରାଇଲା ମୁମ୍ବାଇ

ମୁମ୍ବାଇ: ଚଳିତ ଇଣ୍ଡିଆନ୍‌ ସୁପର ଲିଗ୍‌ (ଆଇଏସ୍‌ଏଲ୍‌) ଫୁଟ୍‌ବଲ୍‌ ପ୍ରତିଯୋଗିତାରେ ଶୁକ୍ରବାର ମୁମ୍ବାଇ ସିଟି ଏଫ୍‌ସି ୪-୦ ଗୋଲ୍‌ରେ ଦିଲ୍ଲୀ ଡାଇନାମୋସ୍‌କୁ ପରାସ୍ତ କରିଛି। ମୁମ୍ବାଇ ଫୁଟ୍‌ବଲ୍‌ ଏରିନାରେ ଖେଳା ଯାଇଥିବା ଏହି ମ୍ୟାଚ୍‌ରେ ଘରୋଇ ଦଳ ପକ୍ଷରୁ ଲୁସିଆନ୍‌ ଗୋଇନ୍‌ (୧୨ ମିନିଟ୍‌), ଏଭର୍ଟନ୍‌ ସାଣ୍ଟୋସ (୪୩ ମିନିଟ୍‌), ଟିଆଗୋ ସାଣ୍ଟୋସ (୪୯ ମିନିଟ୍‌) ଏବଂ ବଲବନ୍ତ ସିଂହ (୭୯ ମିନିଟ୍‌) ଗୋଟିଏ ଲେଖାଏଁ ଗୋଲ୍‌ ଦେଇଥିଲେ।

ସମ୍ବନ୍ଧିତ ଖବର