ଭୁବନେଶ୍ବର: ଲଗାତାର ୪ ମ୍ୟାଚ୍ରେ ବିଜୟଶୂନ୍ୟ ରହିଥିବା ଓଡ଼ିଶା ଏଫ୍ସି ବୁଧବାର ଲୟକୁ ଫେରିଛି। ଗୋଆର ତିଲକ ମୈଦାନରେ ଖେଳାଯାଇଥିବା ଚଳିତ ଆଇଏସ୍ଏଲ୍ର ୪୮ତମ ମ୍ୟାଚ୍ରେ ଏହି ଭୁବନେଶ୍ବର ଦଳ ୪-୨ ଗୋଲ୍ରେ ପଏଣ୍ଟ୍ ଟେବୁଲର ଶୀର୍ଷରେ ଥିବା ମୁମ୍ବାଇ ସିଟି ଏଫ୍ସିକୁ ପରାସ୍ତ କରିଛି। ମ୍ୟାଚ୍ର ଚତୁର୍ଥ ମିନିଟ୍ରେ ଓଡ଼ିଶାର ଆରିଦାଇ ସୁରେଜଙ୍କ ଗୋଲ୍ରେ ପ୍ରାରମ୍ଭିକ ଅଗ୍ରଣୀ ନେଇଥିଲା। ହେଲେ ୧୧ତମ ମିନିଟ୍ରେ ମୁମ୍ବାଇର ଅହମ୍ମଦ ଜାହୋଉ ଏହାକୁ ଶୁଝି ସ୍ଥିତି ବରାବର କରିଥିଲେ। ଏହାପରେ ଇଗୋର ଆଙ୍ଗୁଲୋ (୩୮ ମିନିଟ୍)ଙ୍କ ଗୋଲ୍ ବଳରେ ମୁମ୍ବାଇ ପ୍ରଥମାର୍ଦ୍ଧରେ ୨-୧ରେ ଆଗୁଆ ରହିଥିଲା। ହେଲେ ଦ୍ବିତୀୟାର୍ଦ୍ଧରେ ଜେରି ମାୱିମିଙ୍ଗଥାଙ୍ଗା (୭୦, ୭୭ ମିନିଟ୍)ଙ୍କ ଯୁଗଳ ଏବଂ ଜୋନାଥସ କ୍ରିଷ୍ଟିଆନ୍ (୮୯ ମିନିଟ୍) ଗୋଟିଏ ଗୋଲ୍ ବଳରେ ଓଡ଼ିଶା ବିଜୟ ନିଶ୍ଚିତ କରିଥିଲା। ଏଥିସହ ଓଡ଼ିଶା ୯ ମ୍ୟାଚ୍ ଖେଳି ୪ ଲେଖାଏଁ ବିଜୟ ଓ ପରାଜୟ ଏବଂ ୧ ଅମୀମାଂସିତରୁ ୧୩ ପଏଣ୍ଟ୍ ସହ ଟେବୁଲର ସପ୍ତମ ସ୍ଥାନରେ ରହିଛି। ମୁମ୍ବାଇ ୯ ମ୍ୟାଚ୍ରୁ ୫ ବିଜୟ, ୧ ଅମୀମାଂସିତ ଓ ୩ ପରାଜୟରୁ ୧୬ ପଏଣ୍ଟ୍ ସହ ଶୀର୍ଷ ସ୍ଥାନ ବଜାୟ ରଖିଛି।
ଆଇଏସ୍ଏଲ୍: ମୁମ୍ବାଇକୁ ହରାଇଲା ଓଡ଼ିଶା
/sambad/media/post_attachments/wp-content/uploads/2022/01/5h65sf4hsf65sfhsfhhf.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)