ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ ଇଣ୍ଡିଆନ୍ ସୁପର ଲିଗ୍ (ଆଇଏସ୍ଏଲ୍) ଫୁଟ୍ବଲ୍ ପ୍ରତିଯୋଗିତାର ଗୋଟିଏ ମ୍ୟାଚ୍। କଳିଙ୍ଗ ଷ୍ଟାଡିୟମକୁ ନିଜର ଘରୋଇ ପଡ଼ିଆ କରିଥିବା ଜାମସେଦ୍ପୁର ଏଫ୍ସି ଫେବ୍ରୁଆରି ୨୫ ତାରିଖରେ ବେଙ୍ଗାଲୁରୁ ଏଫ୍ସି ବିପକ୍ଷରେ ଏଠାରେ ଏହି ମ୍ୟାଚ୍ ଖେଳିବ। ମ୍ୟାଚ୍ ପୂର୍ବରୁ ଭିତ୍ତିଭୂମି ପରିଖିବା ଲାଗି ରବିବାର ଆଇଏସ୍ଏଲ୍ ଏବଂ ଜାମସେଦ୍ପୁର ଏଫ୍ସିର ଅଧିକାରୀମାନେ ଷ୍ଟାଡିୟମ ତଦାରଖ କରିଥିଲେ। ଏହି ଅଧିକାରୀମାନେ ଓଡ଼ିଶା ସରକାରଙ୍କ କେତେକ ବରିଷ୍ଠ ଅଧିକାରୀଙ୍କ ସହ ପଡ଼ିଆ ବୁଲି ଦେଖିଥିଲେ। ଆମେ ଆଇଏସଏଲ୍ ଲାଗି ପୁରା ପ୍ରସ୍ତୁତ ରହିଛୁ। ପୂର୍ବରୁ ୯୦ ଦିନରେ ଏସୀୟ ଦୌଡ଼କୁଦ ଏବଂ ମାତ୍ର କିଛି ଦିନର ସୂଚନାରେ ହକି ବିଶ୍ୱଲିଗ୍କୁ ସଫଳତାର ସହ ଆୟୋଜନ କରି ସାରିଛୁ। ଏଥିଲାଗି ହିଁ ଆମକୁ ଆଇଏସ୍ଏଲ୍ ଆୟୋଜନ ଅଧିକାର ମିଳିଛି। ଠିକ୍ ସମୟ ପୂର୍ବରୁ ସବୁ କାମ ଶେଷ କରିବା ଲାଗି ଲକ୍ଷ୍ୟ ରଖିଛୁ ବୋଲି ଆଇଏସଏଲ୍ ଆୟୋଜନର ଓଏସ୍ଡି ଚଞ୍ଚଳ ରାଣା କହିଛନ୍ତି। ଏଥିଲାଗି ଆଇଏସ୍ଏଲ୍ ଏବଂ ଜାମସେଦ୍ପୁର କ୍ଲବ୍ର ଏକ ୨୫-୩୦ ଜଣିଆ ଦଳ ଆସି ଷ୍ଟାଡିୟମ ବୁଲିଛନ୍ତି। ପ୍ରତିଯୋଗିତା ପାଇଁ ଆବଶ୍ୟକ ଥିବା ସମସ୍ତ କାର୍ଯ୍ୟକୁ ଭଲ ଭାବେ ତଦାରଖ କରିଛନ୍ତି। ସୋମବାର ଏବଂ ମଙ୍ଗଳବାର ଦୁଇ ଦିନ ଧରି ଏହା ଉପରେ ସମ୍ପୂର୍ଣ୍ଣ ତଦାରଖ କରିବା ସହ ଓଡ଼ିଶା ସରକାରଙ୍କ ଅଧିକାରୀମାନଙ୍କ ସହ ଆଲୋଚନ କରିଛନ୍ତି।
କଳିଙ୍ଗ ଷ୍ଟାଡିୟମ୍ ତଦାରଖ କଲେ ଆଇଏସ୍ଏଲ୍ ଅଧିକାରୀ
/sambad/media/post_attachments/wp-content/uploads/2018/01/ISL-oddicers.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)