ଆଇଏସ୍‌ଏଲ୍‌: ପୁନେ, ବେଙ୍ଗାଲୁରୁ ବିଜୟୀ

କୋଲ୍‌କାତା: ଚଳିତ ଇଣ୍ଡିଆନ୍‌ ସୁପର ଲିଗ୍‌ (ଆଇଏସ୍‌ଏଲ୍‌) ଫୁଟ୍‌ବଲ୍‌ ପ୍ରତିଯୋଗିତାର ରବିବାର ମ୍ୟାଚ୍‌ରେ ଏଫ୍‌ସି ପୁନେ ସିଟି ଏବଂ ବେଙ୍ଗାଲୁରୁ ବିଜୟୀ ହୋଇଛି। କୋଲ୍‌କାତାର ବିବେକାନନ୍ଦ ଯୁବ ଭାରତୀ କ୍ରୀଡ଼ାଙ୍ଗନରେ ଖେଳାଯାଇଥିବା ମ୍ୟାଚ୍‌ରେ ପୁନେ ୪-୧ରେ ଘରୋଇ ଦଳ ଏଟିକେକୁ ପରାସ୍ତ କରିଛି। ପୁନେ ପକ୍ଷରୁ ମାର୍ସିଲୋ ପେରିରା (୧୩,୬୦ ମିନିଟ୍‌) ୨ଟି ଏବଂ ରୋହିତ କୁମାର (୫୧ ମିନିଟ୍‌) ଓ ଏମିଲିଆନୋ ଆଲ୍‌ଫାରୋ (୮୦ ମିନିଟ୍‌) ଗୋଟିଏ ଲେଖାଏଁ ଗୋଲ୍‌ ଦେଇଥିଲେ। ଏଟିକେ ପକ୍ଷରୁ ଏକମାତ୍ର ଗୋଲ୍‌ଟି ବିପିନ୍‌ ସିଂହ (୫୦ ମିନିଟ୍‌) ଦେଇଥିଲେ। ବେଙ୍ଗାଲୁରୁର ଶ୍ରୀ କାନ୍ତିରାବା ଷ୍ଟାଡିୟମରେ ଅନ୍ୟ ଏକ ମ୍ୟାଚ୍‌ରେ ବେଙ୍ଗାଲୁରୁ ୪-୧ ଗୋଲ୍‌ରେ ଦିଲ୍ଲୀ ଡାଇନାମୋସ୍‌କୁ ପରାସ୍ତ କରିଥିଲା। ଏରିକ୍‌ ପାର୍ତାଲୁ (୨୪, ୪୫ ମିନିଟ୍‌) ଦୁଇଟି ଏବଂ ଲେନି ରଡ୍ରିଗେ୍ଵଜ୍‌ (୫୭ ମିନିଟ୍‌) ଓ ମିକୁ (୮୭ ମିନିଟ୍‌) ଗୋଟିଏ ଲେଖାଏଁ ଗୋଲ୍‌ ଦେଇଥିଲେ। ଦିଲ୍ଲୀ ପକ୍ଷରୁ କାଲୁ ଉଚେ (୮୬ ମିନିଟ୍‌) ଗୋଟିଏ ଗୋଲ୍‌ ଶୁଝି ଥିଲେ।

ସମ୍ବନ୍ଧିତ ଖବର