ମୁମ୍ବାଇ/ଭୁବନେଶ୍ବର: ହିରୋ ଆଇଏସ୍ଏଲ୍ର ୨୦୨୧-୨୨ ଅଭିଯାନ ନଭେମ୍ବର ୧୯ ତାରିଖରୁ ଆରମ୍ଭ ହେବ। ପୁଣି ଥରେ ଗୋଆରେ ହିଁ ଦେଶର ଏହି ଲୋଭନୀୟ ତଥା ଆକର୍ଷଣୀୟ ଫୁଟ୍ବଲ୍ ପ୍ରତିଯୋଗିତା ଖେଳାଯିବ। ମୋଟ ୧୧୫ ମ୍ୟାଚ୍ ଖେଳାଯିବାକୁ ଥିଲେ ମଧ୍ୟ ଏକାଦଶ ରାଉଣ୍ଡ୍ ପର୍ଯ୍ୟନ୍ତ ଖେଳସୂଚୀ ସୋମବାର ପ୍ରକାଶ ପାଇଛି। ଶନିବାରର ଡବଲ୍ ହେଡର୍ରେ ପ୍ରଥମ ଥର ପାଇଁ ଏକ ମ୍ୟାଚ୍ ରାତି ୯.୩୦ରେ ଆରମ୍ଭ ହେବ ବୋଲି ଫୁଟ୍ବଲ୍ ସ୍ପୋର୍ଟସ ଡେଭଲପ୍ମେଣ୍ଟ୍ ଲିମିଟେଡ୍ (ଏଫଏସ୍ଡିଏଲ୍) ସୂଚନା ଦେଇଛି। ରେକର୍ଡ ଥର ଟାଇଟଲ୍ ଜିତିବାରୁ ଗତ ଥର ବଞ୍ଚିତ ଏଟିକେ ମୋହନ ବାଗାନ୍ ଉଦ୍ଘାଟନୀ ମ୍ୟାଚ୍ରେ କେରଳ ବ୍ଲାଷ୍ଟର୍ସ ସହ ଖେଳି ଅଭିଯାନ ଆରମ୍ଭ କରିବ। ଟାଇଟଲଧାରୀ ମୁମ୍ବାଇ ସିଟି ଏଫ୍ସି ନଭେମ୍ବର ୨୨ରେ ଏଫ୍ସି ଗୋଆ ସହ ଖେଳିବ। ଏହି ମୁକାବିଲା ସବୁଠାରୁ ଉତ୍ତେଜନାପୂର୍ଣ୍ଣ ରହି ଆସୁଛି। ଭାରତୀୟ ପ୍ରିମିୟର୍ ଡର୍ବିର ପ୍ରଥମ ମୁକାବିଲା ଏସ୍ସି ଇଷ୍ଟ୍ ବେଙ୍ଗଲ୍ ଓ ଏଟିକେ ମୋହନ ବାଗାନ୍ ମଧ୍ୟରେ ନଭେମ୍ଭର ୨୭ରେ ଖେଳାଯିବ। ଭୁବନେଶ୍ବର ଅବସ୍ଥାପିତ ଦଳ ଓଡ଼ିଶା ଏଫ୍ସି ନଭେମ୍ବର ୨୪ରେ ତିଲକ ମଇଦାନରେ ବେଙ୍ଗାଲୁରୁ ଏଫ୍ସି ସହ ଖେଳି ନିଜ ତୃତୀୟ ଋତୁର ଅଭିଯାନ ଆରମ୍ଭ କରିବ। ଲିଗ୍ର ଅବଶିଷ୍ଟ ଖେଳସୂଚୀ ଡିସେମ୍ବର ମାସରେ ଘୋଷଣା କରାଯିବ।
ନଭେମ୍ବର ୧୯ରୁ ଆଇଏସ୍ଏଲ୍:୧୧୫ ମ୍ୟାଚ୍, ବେଙ୍ଗାଲୁରୁ ବିପକ୍ଷରୁ ଓଡ଼ିଶାର ଅଭିଯାନ
/sambad/media/post_attachments/wp-content/uploads/2021/09/isl.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)