ଆଇଏସ୍‌ଏଲ୍‌: ଓଡ଼ିଶାର ଦ୍ବିତୀୟ ବିଜୟ

ଭୁବନେଶ୍ବର: ଚଳିତ ଆଇଏସ୍‌ଏଲ୍‌ ଫୁଟ୍‌ବଲ୍‌ ପ୍ରତିଯୋଗିତାରେ ଓଡ଼ିଶା ଏଫ୍‌ସି ବୁଧବାର ଦ୍ବିତୀୟ ବିଜୟ ପାଇଛି। ଏହି ବିଜୟ ଫଳରେ ଓଡ଼ିଶା ଦଳ ୯ ପଏଣ୍ଟ୍‌ ସହ ତାଲିକାର ଷଷ୍ଠ ସ୍ଥାନକୁ ଉଠିବା ସହ ପ୍ଲେ ଅଫ୍‌ ଖେଳିବା ଆଶା ଉଜ୍ଜୀବିତ ରଖିଛି। ବୁଧବାର ପୁନେସ୍ଥିତ ଶ୍ରୀ ଶିବ ଛତ୍ରପତି ସ୍ପୋର୍ଟ୍ସ କମ୍ଲେକ୍ସଠାରେ ସପ୍ତମରେ ଥିବା ଓଡ଼ିଶା ୩-୨ ଗୋଲ୍‌ରେ ଶେଷ ସ୍ଥାନରେ ଥିବା ହାଇଦ୍ରାବାଦକୁ ପରାସ୍ତ କରିଥିଲା।

ଏହି ମ୍ୟାଚ୍‌ରେ ଓଡ଼ିଶା ଆରମ୍ଭରୁ ହାଇଦ୍ରାବାଦ ଉପରେ ଭାରି ପଡ଼ିଥିଲା। ୨୭ତମ ମିନିଟ୍‌ରେ କାର୍ଲୋସ ଡେଲ୍‌ଗାଡୋଙ୍କ ଗୋଲ୍‌ରେ ଓଡ଼ିଶା ଦଳ ଅଗ୍ରଣୀ ନେଇଥିଲା। ଜିସ୍‌ସ୍କୋ ହର୍ନାନ୍ଦେଜ (୪୧ ମିନିଟ୍‌)ଙ୍କ ଗୋଲ୍‌ରେ ଓଡ଼ିଶା ପ୍ରଥମାର୍ଧରେ ୨-୦ରେ ଆଗୁଆ ରହିଥିଲା। ଦ୍ବିତୀୟାର୍ଧରେ ପେନାଲ୍‌ଟି ଜରିଆରେ ବେ‌ାବୋ ‌(୬୫ ମିନିଟ୍‌) ହାଇଦ୍ରାବାଦ ପାଇଁ ଗୋଟିଏ ଗୋଲ୍‌ ଶୁଝି ଦେଇଥିଲେ। ହେଲେ ୭୧ ମିନିଟ୍‌ରେ ଓଡ଼ିଶାକୁ ମିଳିଥିବା ଏକ ପେନାଲ୍ଟି ସୁଯୋଗକୁ ପେରେଜ ଗୁଇଦେଜ ଗୋଲ୍‌ରେ ପରିଣତ କରି ଦଳକୁ ୩-୧ରେ ଆଗୁଆ କରିଥିଲେ। ‌୮୯ତମ ମିନିଟ୍‌ରେ ହାଇଦ୍ରାବାଦର ରୋହିତ କୁମାର ଆଉ ‌ଗୋଟିଏ ଗୋଲ୍‌ ଶୁଝି ବିଜୟ ବ୍ୟବଧାନକୁ କମାଇଥିଲେ।

ସମ୍ବନ୍ଧିତ ଖବର