ଆଇଏସ୍‌ଏସ୍‌ଏଫ୍ ବିଶ୍ବକପ୍‌: ସୌରଭଙ୍କୁ ସ୍ବର୍ଣ୍ଣ

ମୁନିଚ: ରାହି ସର୍ନୋବତଙ୍କ ପରେ ଅନ୍ୟତମ ଭାରତୀୟ ବନ୍ଧୁକଚାଳକ ସୌରଭ ଚୌଧୁରୀ ଜର୍ମାନିର ମ୍ୟୁନିକ୍‌ରେ ଚାଲିଥିବା ଆଇଏସ୍‌ଏସ୍‌ଏଫ୍‌ ତୃତୀୟ ବିଶ୍ବକପ୍‌ରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ଏହି ୧୭ ବର୍ଷ ବୟସ୍କ ବନ୍ଧୁକଚାଳକ ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟ୍‌ରେ ହିଁ ନିଜ ବିଶ୍ବ କୀର୍ତିମାନକୁ ଭାଙ୍ଗି ଦେଇଛନ୍ତି। ତାଙ୍କର ବିଶ୍ବ କୀର୍ତିମାନ ୨୪୫ ଥିଲା ବେଳେ ଏଠାରେ ୧୪୬.୩ ପଏଣ୍ଟ୍‌ ପାଇ ନୂଆ ବିଶ୍ବ କୀର୍ତିମାନ ସହ ସ୍ବର୍ଣ୍ଣ ପଦକ କବ୍‌ଜା କରିଛନ୍ତି। ଏହା ମଧ୍ୟ ଚଳିତ ବିଶ୍ବକପ୍‌ରେ ଭାରତ ପାଇଁ ତୃତୀୟ ସ୍ବର୍ଣ୍ଣ ପଦକ ଥିଲା। ରାହି ଓ ସୌରଭଙ୍କ ପୂର୍ବରୁ ରବିବାର ଅପୂର୍ବୀ ଚାନ୍ଦିଲା ମଧ୍ୟ ସ୍ବର୍ଣ୍ଣ ଜିଣିଥିଲେ। ଏହା ପୂର୍ବରୁ ସୌରଭ ମଧ୍ୟ ମନୁ ଭାକେର୍‌ଙ୍କୁ ସାଥୀ କରି ଗତ ବେଜିଂ ବିଶ୍ବକପ୍‌ରେ ମିଶ୍ରିତ ଦଳଗତ ସ୍ବର୍ଣ୍ଣ ଜିତିଥିଲେ। ପୁଣି ଉଭୟ ସୌରଭ ଓ ମନୁଙ୍କର ଏହା ବିଶ୍ବକପ୍‌ରେ କ୍ରମାଗତ ସ୍ବର୍ଣ୍ଣ। ଦୁହେଁ ଚଳିତ ବର୍ଷ ଫେବ୍ରୁଆରିରେ ନୂଆଦିଲ୍ଲୀ ସଂସ୍କରଣଷର ସମାନ ଇଭେଣ୍ଟ୍‌ରେ ବି ସ୍ବର୍ଣ୍ଣ ଜିତିଥିଲେ।

ସମ୍ବନ୍ଧିତ ଖବର