କୋଲ୍କାତା : ପ୍ରଥମ ଥର ଲାଗି ଭାରତ ଦିବା-ରାତ୍ର ଟେଷ୍ଟ୍ ଖେଳିବାକୁ ଯାଉଛି। ବାଂଲାଦଶ ବିପକ୍ଷରେ କୋଲ୍କାତାର ଐତିହାସିକ ଇଡେନ୍ ଗାର୍ଡେନ୍ ପଡ଼ିଆରେ ଏହି ଟେଷ୍ଟ୍ ମ୍ୟାଚ୍ ଖେଳାଯିବ। ଏହି ମ୍ୟାଚ୍ ଆୟୋଜନ ଲାଗି ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ସହ ଆଲୋଚନା କରିଥିଲେ। ଏହି ବିଷୟରେ ଗାଙ୍ଗୁଲି କହୁ କହୁ କୋହଲି ରାଜି ହୋଇଯାଇଥିଲେ। ଆଗକୁ କଣ ହେବ ମୁଁ ଜାଣିନି। କିନ୍ତୁ ମୁଁ ଯେତେବେଳେ କୋହଲିଙ୍କୁ ଦିବା-ରାତ୍ର ଟେଷ୍ଟ୍ ପାଇଁ କହିଲି ସେ ମାତ୍ର ୩ ସେକେଣ୍ଡ୍ ଭିତରେ ହଁ କରି ଦେଇଥିଲେ ବୋଲି ଗାଙ୍ଗୁଲି ଶନିବାର ପୂର୍ବତନ ଅମ୍ପାୟାର ସାଇମନ ଟଫେଲ୍ଙ୍କ ପୁସ୍ତକ ଉନ୍ମୋଚନ ଉତ୍ସବରେ ପ୍ରକାଶ କରିଛନ୍ତି।