ନୂଆଦିଲ୍ଲୀ: କ୍ରିକେଟର ବିଶ୍ଲେଷକ ତଥା ଭାଷ୍ୟକାର ଆକାଶ ଚୋପ୍ରା କିଛିଦିନ ତଳେ ନିଜସ୍ବ ସମ୍ଭାବ୍ୟ ଟ୍ବେଣ୍ଟି-୨୦ ବିଶ୍ବକପ୍ ଦଳ ଚୟନ କରିଥିଲେ। ଏହି ଦଳରେ ଚୋପ୍ରା ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କୁ ସ୍ଥାନ ଦେଇନଥିଲେ। ତେବେ ଧୋନିଙ୍କୁ ଦଳରେ ନନେବା ନିଷ୍ପତ୍ତି ଚୋପ୍ରାଙ୍କୁ ଭାରି ପଡ଼ିଥିଲା। ଧୋନିଙ୍କ ସମର୍ଥକମାନେ ଚୋପ୍ରା ଓ ତାଙ୍କ ପିଲାମାନଙ୍କୁ ଦୁର୍ବ୍ୟବହାର କରିଥିଲେ। ଏହି ଘଟଣା ପରେ ସେ କିଭଳି ଲୋକମାନଙ୍କୁ ସାମ୍ନା କରିଥିଲେ ସେହି ବିଷୟରେ ଏକ ଭିଡିଓ ଚାଟ୍ରେ ଅଜିତ ଅଗରକରଙ୍କୁ ବୁଧବାର କହିଛନ୍ତି ଚୋପ୍ରା। ମୁଁ କିଛି ଦିନ ତଳେ ସାମାଜିକ ଗଣମାଧ୍ୟମ ସହ ଅତି ଘନିଷ୍ଠ ହୋଇଯାଇଥିଲି। ଲୋକମାନେ ମୋତେ ଓ ମୋ ପିଲାମାନଙ୍କୁ ଦୁର୍ବ୍ୟବହାର କରିଥିଲେ।
ଏହା ପରେ ମୁଁ କହିଲି ଯାହା ଘଟିବା କଥା ଘଟିଯାଇଛି। ଦୟାକରି ମୋତେ କ୍ଷମା କର ବୋଲି ଚୋପ୍ରା କହିଛନ୍ତି। ଜାତୀୟ ଦଳକୁ ଧୋନିଙ୍କ ପ୍ରତ୍ୟାବର୍ତ୍ତନକୁ ନେଇ ଅଗରକର ନିଜେ ସମାଲୋଚନା କରିଥିଲେ। ଧୋନିଙ୍କ ଶକ୍ତି କମିଗଲାଣି। ସେ ଅବସର ନେଇଯିବା କଥା। ତାଙ୍କୁ ଆମେ ପଡ଼ିଆରେ ଦେଖିବାକୁ ଚାହୁଁନୁ ବୋଲି ଅଗରକର ପ୍ରକାଶ କରିଥିଲେ। ନ୍ୟୁଜିଲାଣ୍ଡ ବିପକ୍ଷ ବିଶ୍ବକପ୍ ସେମିଫାଇନାଲ୍ ପରାଜୟ ପରଠୁ ଧୋନି କ୍ରିକେଟ୍ଠୁ ଦୂରେଇ ରହିଛନ୍ତି। ଅବସର ନେବା କିମ୍ବା ନ ନେବା ଧୋନିଙ୍କ ନିଜସ୍ବ ନିଷ୍ପତ୍ତି ବୋଲି ଅଗରକର କହିଛନ୍ତି। ଚୟନ କରିବା କିମ୍ବା ନକରିବା ହେଉଛି ଚୟନକର୍ତ୍ତାଙ୍କ କାମ। ଯେଉଁ ଖେଳାଳି ଗୋଟିଏ ବର୍ଷ ପାଇଁ ଖେଳି ନାହାଁନ୍ତି ତାଙ୍କୁ ସେମାନେ ଦଳରେ ନେବେ ତାହା ନିଶ୍ଚିତ କଷ୍ଟକର ନିଷ୍ପତ୍ତି ହେବ। ମୁଁ ଜାଣିନି ଧୋନି ଓ ଚୟନକର୍ତ୍ତାଙ୍କ ମଧ୍ୟରେ କିଭଳି ସମ୍ପର୍କ ରହିଛି ଏବଂ ସେମାନେ କ’ଣ ଯୋଜନା କରିଛନ୍ତି ବୋଲି ଅଗରକର କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/05/download-3-1.jpg)