କଟକ : ବାରବାଟୀର ପିଚ୍ରେ ଖେଳିବା ଏତେ ସହଜ ନଥିଲା। ବିଶେଷ କରି ଦ୍ରୁତ ବୋଲରଙ୍କୁ ଭଲ ସୁଇ˚ ମିଳୁଥିବାରୁ ଆମକୁ ରକ୍ଷଣାତ୍ମକ ଖେଳିବାକୁ ପଡ଼ିଥିଲା। ତେଣୁ ପାଵାରପ୍ଲେ ପରେ ସ୍ପିନରଙ୍କୁ ଆମେ ଟାର୍ଗେଟ କରିଥିଲୁ। ବଲ୍କୁ ବୁଝିବା ସହଜ ହେଉଥିଲା। ଆମ ରଣନୀତି ଅନୁସାରେ ଖେଳିଥିବାରୁ ଜିତିବା ସହଜ ହୋଇଥିବା ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିବା ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ ହେନରିକ କ୍ଲାସେଁ କହିଛନ୍ତି। ପୂର୍ବରୁ ସେ ଆହତ ଜନିତ ସମସ୍ୟା ଦେଇ ଗତି କରୁଥିଲେ। କିନ୍ତୁ ସୁସ୍ଥ ହେବା ପରେ ପ୍ରଶିକ୍ଷକ ମାର୍କ ବାଉଚରଙ୍କ ସହିତ ସ୍ବତନ୍ତ୍ର ଅଭ୍ୟାସ କରିବା ମୋତେ ଫାଇଦା ଦେଇଛି। ଦୁଇ ଦିନ ଆଗରୁ ମ୍ୟାଚରେ ଖେଳିବି ବୋଲି ଜାଣିଥିଲି। ଆଜି ସୁଯୋଗ ମିଳିବା ପରେ ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ମନସ୍ଥ କରିଥିଲି ଏବ˚ ସେଥିରେ ସଫଳ ହୋଇଥିବା କ୍ଲାସେଁ ପ୍ରତିକ୍ରିୟା ଦେଇଛନ୍ତି।
ଦ୍ରୁତ ବୋଲରଙ୍କୁ ଖେଳିବା କଷ୍ଟକର ଥିଲା, ତେଣୁ ସ୍ପିନରଙ୍କୁ ଟାର୍ଗେଟ କରିଥିଲୁ: କ୍ଲାସେଁ
/sambad/media/post_attachments/wp-content/uploads/2022/06/46-7.jpg)
Advertisment

Sambad is now on WhatsApp
Join and get latest news updates delivered to you via WhatsApp