ଚୂଡ଼ାନ୍ତ ଏକାଦଶର ଶୀର୍ଷ ୬ ଜଣଙ୍କୁ ବାଛିବା କଷ୍ଟକର ହେବ: ବିପ୍ଲବ

ରଣଜୀ ଟ୍ରଫି ପାଇଁ ଓଡ଼ିଶା ଦଳର ଅହମଦାବାଦ ଗସ୍ତ

କଟକ: ଓଡ଼ିଶା ଦଳରେ ଯୁବ ଓ ଅଭିଜ୍ଞ ଖେଳାଳିଙ୍କ ମିଶ୍ରଣ ରହିଛି। ବରୋଦା ବିପକ୍ଷ ଅଭ୍ୟାସ ମ୍ୟାଚ୍‌ରେ ଆମେ ଭଲ ବ୍ୟାଟି˚ କରିପାରିଛେ। ଯଦିଓ ଆରମ୍ଭରୁ ଵିକେଟ ଖସିଯାଇଥିଲା, କିନ୍ତୁ ପରେ ଭଲ ଖେଳିଲେ। ଖେଳାଳିମାନେ ଅହମଦାବାଦ ଯିବା ବେଳକୁ କିଛି ସକାରାତ୍ମକ ଘଟଣା ସାଙ୍ଗରେ ନେଇକି ଗଲେ ବୋଲି ପୂର୍ବତନ ରଣଜୀ ଅଧିନାୟକ ବିପ୍ଳବ ସାମନ୍ତରାୟ କହିଛନ୍ତି। ତାଙ୍କ ମତରେ, ଓଡ଼ିଶା ପାଇଁ ଗ୍ରୁପ୍‌ ଡି’ କଷ୍ଟସାଧ୍ୟ ରହିବ। ତଥାପି ଭଲ ଦଳ ସହିତ ଭଲ ପ୍ରଦର୍ଶନ କଲେ ଖେଳାଳିମାନେ ଆଗକୁ ଯାଇପାରିବେ। ଚୟନକର୍ତ୍ତାଙ୍କ ନଜରରେ ଆସିବେ। ଆଗକୁ ଆଇପିଏଲ୍‌ ଖେଳାଳି ନିଲାମ ଥିବାରୁ ଶୁଭ୍ରା˚ଶୁ ଓ ଅଭିଷେକଙ୍କ ଭଳି ଖେଳାଳିଙ୍କ ପାଇଁ ସୁଯୋଗ ରହିଥିବା ସେ ପ୍ରତିକ୍ରିୟା ଦେଇଛନ୍ତି।

ଅନ୍ୟପକ୍ଷେରେ ଦଳର ଚୂଡ଼ାନ୍ତ ଏକାଦଶ ଚୟନ କରିବା ବେଳେ ପ୍ରଶିକ୍ଷକ ଓ ଅଧିନାୟକଙ୍କୁ କଠିନ ସ୍ଥିତି ଦେଇ ଗତି କରିବାକୁ ପଡିପାରେ ବୋଲି ବିପ୍ଳବ ଅନୁମାନ କରିଛନ୍ତି। କାରଣ ପ୍ରତ୍ୟେକ ଖେଳାଳି ଶୀର୍ଷ ୬ ଜଣଙ୍କ ମଧ୍ୟରେ ସ୍ଥାନ ପାଇବାର ଦକ୍ଷତା ରଖୁଛନ୍ତି। ଅନୁରାଗଙ୍କ ସହ ପ୍ରାରମ୍ଭିକ ଯୋଡ଼ିରେ ଶାନ୍ତନୁ ଝାଡ଼ଖଣ୍ତ ବିପକ୍ଷରେ ଭଲ ଖେଳିଥିଲେ। ମଧ୍ୟକ୍ରମରେ ଶୁଭ୍ରା˚ଶୁ, ଅଭିଷେକ, ଧୂପର, ସନ୍ଦୀପ ଦଳକୁ ସମ୍ଭାଳିପାରିବେ। ଦ୍ରୁତ ବୋଲରଙ୍କ ମଧ୍ୟରେ ବସନ୍ତଙ୍କ ନେତୃତ୍ବରେ ରାଜେଶ, ଦେବବ୍ରତ ଭଲ ଲୟରେ ଅଛନ୍ତି। ତେବେ ପିଚ୍‌ର ସ୍ଥିତିକୁ ଦେଖି ପ୍ରଶିକ୍ଷକ ଓ ଅଧିନାୟକ ଶେଷ ନିଷ୍ପତ୍ତି ନେବେ।

ସେହିପରି ୫ ଜଣ ନବାଗତଙ୍କ ମଧ୍ୟରୁ ଯଦି କେହି ପଦାର୍ପଣ କରନ୍ତି, ତାହେଲେ ଏହା ସେମାନଙ୍କ ପାଇଁ ବଡ଼ ଉପଲବ୍‌ଧି ହେବ। କାରଣ ମ୍ୟାଚ ସ˚ଖ୍ୟା ୩କୁ ହ୍ରାସ ପାଇଥିଲା ବେଳେ କଷ୍ଟସାଧ୍ୟ ଦଳଙ୍କ ବିପକ୍ଷରେ ଆମେ ଖେଳିବାକୁ ଯାଉଛେ। ତେଣୁ ନୂଆ ଖେଳାଳିମାନେ ସବୁ ସମୟ ପାଇଁ ପ୍ରସ୍ତୁତ ରହିବାକୁ ପଡ଼ିବ। ସ୍ପିନ ବିଭାଗରେ ପପୁ, ଜୟନ୍ତ ଓ ଶୁଭମ୍‌ଙ୍କ ମଧ୍ୟରେ ଚୂଡ଼ାନ୍ତ ଦଳକୁ ଆସିବା ପାଇଁ ପ୍ରତିଯୋଗିତା ହୋଇପାରେ। କାରଣ ଜୟନ୍ତ ଅଭିଜ୍ଞ ହୋଇଥିଲା ବେଳେ ଧଳା ବଲ୍‌ରେ ସଫଳ ହୋଇଥିଲେ। ପପୁ ପୂର୍ବରୁ ନାଲି ବଲ୍‌ରେ ଖେଳିଛନ୍ତି। କିନ୍ତୁ ଶୁଭମ୍‌ଙ୍କୁ ସେତେଟା ସୁଯୋଗ ମିଳିନାହିଁ। ଯଦି ସ୍ପିନ୍‌କୁ ସୁହାଇବା ଭଳି ପିଚ୍‌ ରହିବ, ତାହେଲେ ଦୁଇ ଜଣ ନିୟମିତ ସ୍ପିନର ଖେଳିପାରନ୍ତି। ଏହାବାଦ୍‌ ଗୋବିନ୍ଦ ଓ ଅଭିଷେକ ମଧ୍ୟ ଭଲ ସ୍ପିନର। ତେଣୁ ଦଳ ସ˚ପୂର୍ଣ୍ଣ ଭାବେ ସନ୍ତୁଳିତ ରହିଥିବା ବିପ୍ଳବ କହିଛନ୍ତି।

ପ୍ରଶିକ୍ଷକଙ୍କ ଉପରେ ସେ କହିଛନ୍ତି ଯେ ଵାସିମ୍‌ ଜାଫରଙ୍କ ଭଳି ଜଣେ ବଡ଼ ଖେଳାଳି ସବୁବେଳେ ଅନ୍ୟମାନଙ୍କୁ ପରଖି ନିଅନ୍ତି। ତାଙ୍କ ପାଖରେ ବହୁତ ଅଭିଜ୍ଞତା ଥିବାରୁ ତାଙ୍କଠୁ ମିଳୁଥିବା ପ୍ରତ୍ୟେକ ପରାମର୍ଶ ମୂଲ୍ୟବାନ। ତେଣୁ ଏଥର ରଣଜୀ ଋତୁ ଓଡ଼ିଶା ଖେଳାଳିଙ୍କ ପାଇଁ ଭଲ ଆହ୍ବାନ ଆଣିଛି। ତେବେ ଓଡ଼ିଶା ଦଳରେ ବିପ୍ଳବ ସ୍ଥାନ ନପାଇବା ଘଟଣା ତାଙ୍କୁ ଟିକେ ଦୁଃଖ ଦେଇଛି। ଯଦିଓ ସେ ଦଳରେ ନାହାନ୍ତି, ହେଲେ ଏଥିପାଇଁ ତାଙ୍କର କାହାପ୍ରତି ଖରାପ ମନୋଭାବ ନାହିଁ। ପ୍ରଦର୍ଶନରେ କିଛିଟା ତ୍ରୁଟି ରହିଯାଇଥିବ ବୋଲି ସେ ଅନୁମାନ କରୁଛନ୍ତି। ତଥାପି ପରବର୍ତ୍ତୀ ଋତୁ ପାଇଁ ଦଳକୁ ଫେରିବାକୁ ସେ ଚେଷ୍ଟା କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଏଥିପାଇଁ ଅନ୍ତଃଜିଲ୍ଲା ପ୍ରତିଯୋଗିତାରେ ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ସେ ମନସ୍ଥ କରିଥିବା ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର