ଭୁବନେଶ୍ବର : ରାଜ୍ୟର ଉଦୀୟମାନ ଟେନିସ୍ ପ୍ରତିଭା ସୂର୍ଯ୍ୟ ପି ନାଏକ ମର୍ଯ୍ୟଦାଜନକ ଆଇଟା ଟ୍ୟାଲେଣ୍ଟ୍ ସିରିଜ୍ରେ ଦ୍ବିମୁକୁଟ ଅର୍ଜନ କରିଛନ୍ତି। ଝାଡ଼ଖଣ୍ଡର ରାଞ୍ଚିରେ ଅନୁଷ୍ଠିତ ଏହି ପ୍ରତିଯୋଗିତାର ୧୨ ଓ ୧୪ ବର୍ଷରୁ କମ୍ ଏକକ ବର୍ଗରେ ସୂର୍ଯ୍ୟ ବିଜେତା ହୋଇଛନ୍ତି। ଦକ୍ଷତାପୂର୍ଣ୍ଣ ତଥା ସଙ୍କଳ୍ପବଦ୍ଧ ପ୍ରଦର୍ଶନ କରି ସୂର୍ଯ୍ୟ ୧୨ ବର୍ଷରୁ କମ୍ ଫାଇନାଲ୍ରେ ଝାଡ଼ଖଣ୍ଡର ସମୟ ଆଗମ୍ୟାନଙ୍କୁ ୬-୧, ୬-୧ରେ ପରାସ୍ତ କରିଥିଲେ। ପ୍ରତିଯୋଗିତା ସାରା ପ୍ରାଧାନ୍ୟ ବିସ୍ତାର କରିଥିବା ସୂର୍ଯ୍ୟ ୧୪ ବର୍ଷରୁ କମ୍ ଏକକ ଫାଇନାଲ୍ରେ ସେହି ଝାଡ଼ଖଣ୍ଡ ପ୍ରତିଦ୍ବନ୍ଦ୍ବୀ ଭି ଜିତ୍ଙ୍କୁ ୬-୩, ୬-୨ରେ ମାତ୍ ଦେଇଥିଲେ। ଭୁବନେଶ୍ବରର ଏସ୍ଏସ୍ ଟେନିସ୍ ଏକାଡେମିରେ ଶୁଭ୍ରାଂଶୁ ଚରଣ ଷଡ଼ଙ୍ଗୀଙ୍କ ତତ୍ବାବଧାନରେ ପ୍ରଶିକ୍ଷଣ ନେଇଥିବା ସୂର୍ଯ୍ୟ ପରିଶ୍ରମର ଫଳ ଏବେ ପାଇଛନ୍ତି। ଏସ୍ଏସ୍ ଟେନିସ୍ ଏକାଡେମି ମଧ୍ୟ ଯୁବ ପ୍ରତିଭାଙ୍କୁ ଗଢ଼ି ତୋଳିବାର ସୁଫଳ ସୂର୍ଯ୍ୟଙ୍କ ଉଦୟ ଦ୍ବାରା ଅର୍ଜନ କରିଛି।
ସୂର୍ଯ୍ୟଙ୍କୁ ଆଇଟା ଦ୍ବିମୁକୁଟ
/sambad/media/post_attachments/wp-content/uploads/2023/06/12-Surya.jpg)