ଆଇଟା ନ୍ୟାସନାଲ୍ ସିରିଜ୍: ଦେବାଶିଷ ରନର୍‌

ଭୁବନେଶ୍ବର: ରାଜ୍ୟର ଏକ ନମ୍ବର ଟେନିସ୍ ଖେଳାଳି (୧୮ ବ‌ର୍ଷରୁ କମ୍) ଜାତୀୟ ସ୍ତରରେ ପୁଣି ଚମକ ଛାଡ଼ିଛନ୍ତି। ହରିୟାଣାର ଝଝାରରେ ଅନୁଷ୍ଠିତ ଜାତୀୟ ସିରିଜ୍ ଟେନିସ୍ ଚାମ୍ପନସିପ୍‌ରେ ୧୮ ବର୍ଷରୁ କମ୍ ବାଳକ ଏକକ ବର୍ଗରେ ଉପ ବିଜେତା ହୋଇଛି। ପ୍ରଥମ ରାଉଣ୍ଡ୍‌ ଓ ପ୍ରି-କ୍ବାର୍ଟରକୁ ସହଜରେ ଜିତିଥିବା ଦେବାଶିଷ କ୍ବାର୍ଟରଫାଇନାଲରେ ତାମିଲନାଡୁର ରିଶି ବନ୍ଦନଙ୍କୁ ୨-୬, ୬-୩, ୬-୧ରେ ପରାସ୍ତ କରିଥିଲେ। ସେମିଫାଇନାଲ୍‌ରେ ମହାରାଷ୍ଟ୍ରର ପାର୍ଥ ଦେଓରୋକରଙ୍କୁ ୬-୪, ୨-୬, ୬-୨ରେ ପରାସ୍ତ କରି ଫାଇନାଲ୍‌ରେ ପହଞ୍ଚିଥିଲେ। ଗୋଡ଼ ମାଂସପେଶୀ ଟାଣି ହୋଇଯିବା ସ‌ତ୍ତ୍ବେ ଫାଇନାଲ୍ ଖେଳିଥିବା ଦେବାଶିଷ ୨-୬, ୦-୬ରେ ସିଧାସଳଖ ଭାବେ ହରିୟାଣାର ବଂଶ ନନ୍ଦନଙ୍କଠାରୁ ହାରି ଉପ ବିଜେତା ହୋଇଥିଲେ। ଜୁନିଅର୍‌ ଡେଭିସ୍ କପ୍ ବିଜେତା ଭାରତୀୟ ଦଳର ସଦସ୍ୟ ଦେବାଶିଷ ଏବେ ଜାତୀୟ ସର୍କିଟରେ ନିୟମିତ ଭଲ ପ୍ରଦର୍ଶନ କରି ଆସୁଛନ୍ତି। ଦେବାଶିଷ ଏବେ ଗୁଜରାଟର ଅହମଦାବାଦସ୍ଥିତ ଅଲଟେଭଲ୍‌ ଆଲେକଜାଣ୍ଡର୍‌ ୱାସ୍‌କେ ଟେନିସ୍ ଏକାଡେମିରେ ଶ୍ରୀ ଶ୍ରୀମଲ ଭଟ୍ଟଙ୍କ ତତ୍ବବାଧାନରେ ପ୍ରଶିକ୍ଷଣ ନେଉଛନ୍ତି।

ସମ୍ବନ୍ଧିତ ଖବର