ଆଇଟା-ଓଟିଏ ସିରିଜ୍ ଟେନିସ୍: ବଂଶିତାଙ୍କୁ ମୁକୁଟ, ଅମିକ ଦ୍ବିତୀୟ

ଭୁବନେଶ୍ବର: ମେଣ୍ଡାଶାଳଠାରେ ଚାଲିଥିବା ଗୁରୁକୁଳ ଆଇଟା-ଓଟିଏ ୫୦କେ ଟେନିସ୍ ପ୍ରତିଯୋଗିତାର ମହିଳା ଏକକରେ କର୍ଣ୍ଣାଟକର ବଂଶିତା ପଠାନିଆ ବିଜେତା ହୋଇଛନ୍ତି। ପ୍ରଥମ ମାନ୍ୟତା ତଥା ସର୍ବଭାରତୀୟ ମାନ୍ୟତାର ୩୨ତମ ସ୍ଥାନରେ ଥିବା ବଂଶିତା ଗୁରୁବାର ଫାଇନାଲରେ ସ୍ଥାନୀୟ ତାରକା ଅମିକ କିରଣ ବଠ୍‌ଙ୍କୁ ୬-୧, ୬-୨ ସିଧାସଳଖ ସେଟରେ ପରାସ୍ତ କରି ଏହି ସଫଳତା ଲାଭ କରିଛନ୍ତି। ବିଜେତା ଓ ଉପବିଜେତାଙ୍କୁ ପ୍ରତିଯୋଗିତା ନିର୍ଦେଶକ ପ୍ରଦୀପ ପ୍ରଧାନ ପୁରସ୍କାର ବିତରଣ କରିଥିଲେ। ଯତୀନ ବତ୍ସ୍ୟ ପ୍ରତିଯୋଗିତା ରେଫରି ଥିଲେ। ବିଜେତା ବଂଶିତା ୧୦ ଆଇଟା ମାନ୍ୟତା ପଏଣ୍ଟ ସହ ୬,୫୦୦ ଏବଂ ଅମିକ ୪,୫୦୦ ଟଙ୍କାର ଆର୍ଥିକ ପୁରସ୍କାର ପାଇଥିଲେ।

ସମ୍ବନ୍ଧିତ ଖବର