ଭୁବନେଶ୍ବର: ସ୍ଥାନୀୟ କେଟି ଗ୍ଲୋବାଲ୍ ସ୍କୁଲ୍ରେ ଆୟୋଜିତ ଆଇଟା-ଓଟିଏ ପୁରୁଷ ୧ ଲକ୍ଷ ଟେନିସ୍ ପ୍ରତିଯୋଗିତାରେ ଓଡ଼ିଶାର କବୀର ହଂସ ଦ୍ବିମୁକୁଟ ହାସଲ କରିଛନ୍ତି। ସେ ଉଭୟ ଏକକ ଓ ଯୁଗଳରେ ବିଜେତା ହୋଇଛନ୍ତି। କେଟି ଗ୍ଲୋବାଲ ସ୍କୁଲ୍ ଟେନିସ୍ କଂପ୍ଲେକ୍ସରେ ଶନିବାର ଉଦ୍ଯାପିତ ହୋଇଯାଇଥିବା ଏହି ପ୍ରତିଯୋଗିତାର ଏକକ ଫାଇନାଲ୍ରେ କବୀର ତାମିଲନାଡୁର ଦୀପକ ଶ୍ରୀଧରଙ୍କୁ ୬-୧ ଓ ୬-୦ ସିଧାସଳଖ ସେଟ୍ରେ ପରାସ୍ତ କରିଥିଲେ। ସେହିପରି କର୍ଣ୍ଣାଟକର ସେକ୍ ମହମ୍ମଦ ଇଫ୍ତିକାରଙ୍କୁ ସାଥୀ କରି ଖେଳିଥିବା ଯୁଗଳ ଫାଇନାଲ୍ରେ ଓଡ଼ିଶା ଯୋଡ଼ି ସତୀର୍ଥ ପଟନାୟକ ଓ ଆଦିତ୍ୟ ଶତପଥୀଙ୍କୁ ମଧ୍ୟ ୬-୧ ଓ ୬-୪ ସିଧାସଳଖ ସେଟ୍ରେ ପରାସ୍ତ କରି ଯୁଗଳ ସଫଳତା ହାତେଇଥିଲେ।
ଏକକ ବର୍ଗରେ ବିଜେତା ହୋଇ କବୀର ୨୦ ଆଇଟା ରୢାଙ୍କିଙ୍ଗ୍ ପଏଣ୍ଟ ହାସଲ କରିଥିଲା ବେଳେ ଯୁଗଳ ମୁକାବିଲା ଜିତି ୧୫ ରୢାଙ୍କିଙ୍ଗ୍ ପଏଣ୍ଟ୍ ସଂଗ୍ରହ କରିଛନ୍ତି। ଏହି ପ୍ରତିଯୋଗିତାରେ ଓଡ଼ିଶା ସମେତ ୧୫ ରାଜ୍ୟରୁ ମୋଟ ୬୫ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। କବୀର ଏବେ କିଟ୍ ବିଶ୍ବବିଦ୍ୟାଳୟରେ ବିବିଏ ଦ୍ବିତୀୟ ବର୍ଷ ଛାତ୍ର। ଟେନିସ୍ ଯାତ୍ରାରେ ତାଙ୍କୁ ନିରନ୍ତର ସମର୍ଥନ ଯୋଗାଇ ଆସୁଥିବା କିଟ୍ ଓ କିସ୍ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେହିପରି କବୀରଙ୍କ ସଫଳତା ପାଇଁ ଶ୍ରୀ ସାମନ୍ତ ମଧ୍ୟ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/10/gjgdjgdgjdgjgj.jpg)