ଆଇଟା ଟିଏସ୍‌: ଆହାନଙ୍କୁ ଦ୍ବିମୁକୁଟ

ଭୁବନେଶ୍ବର : ମେଣ୍ଢାଶାଳସ୍ଥିତ ମିସନ୍ ଅଲିମ୍ପିକ୍ସ ସ୍ପୋର୍ଟସ ଫାଉଣ୍ଡେସନ୍‌ ପକ୍ଷରୁ ଆୟୋଜିତ ଆଇଟା ଟ୍ୟାଲେଣ୍ଟ ସିରିଜ (ଟିଏସ୍‌) ୧୪ ବର୍ଷରୁ କମ୍ ବାଳକ ବର୍ଗରେ ରାଜ୍ୟର ଉଦୀୟମାନ ଖେଳାଳି ଆହାନ ମିଶ୍ର ଉଭୟ ଏକକ ଓ ଯୁଗଳ ବର୍ଗରେ ବିଜେତା ହୋଇ ଦ୍ବିମୁକୁଟ ଅର୍ଜନ କରିଛନ୍ତି। ଏକକ ଫାଇନାଲ୍‌ରେ ଆହାନ ନିଜ ରାଜ୍ୟର ସାଥି ରୌନକ ଗିଲରାଙ୍କୁ ୬-୦, ୨-୬, ୬-୨ରେ ପରାସ୍ତ କରିଥିଲେ। ଏହା ଆହାନଙ୍କ ପ୍ରଥମ ଆଇଟା ଟାଇଟଲ୍।

ଏହା ପରେ ଆହାନ ମଧ୍ୟ ୧୪ ବର୍ଷରୁ କମ୍ ବାଳକ ଯୁଗଳ ବର୍ଗରେ ରୌନକଙ୍କୁ ସାଥି କରି ୬-୧, ୬-୧ରେ ଅନ୍ୟତମ ଓଡ଼ିଶା ଯୋଡ଼ି ସୁତଭ୍ୟ କର୍ମକାର-ଜଗତଜ୍ୟୋତି ପତିଙ୍କୁ ପରାସ୍ତ କରି ଟ୍ରଫି ଜିତିଥିଲେ। ଗତ ସପ୍ତାହରେ ଆଗରତାଲାଠାରେ ଆଇଟା ଚାମ୍ପିୟନସିପ୍‌ ସିରିଜ୍‌ର ୧୬ ବର୍ଷରୁ କମ୍‌ ବାଳକ ଏକକ ବର୍ଗରେ ଉପବିଜେତା ହୋଇଥିବାବେଳେ ଏବେ ଓଡ଼ିଶା ଫେରି ଆଗକୁ ବଢ଼ିଛନ୍ତି। ଯୁଗଳ ମୁକୁଟ ସହିତ ଆହାନ ମଧ୍ୟ ୧୫ ଆଇଟା ପଏଣ୍ଟ ପକେଟସ୍ଥ କରିଛନ୍ତି ଏବଂ ଜାତୀୟ ମାନ୍ୟତାରେ ୧୭୬ ନମ୍ବର ଅଛନ୍ତି। ଏଭଳି ପ୍ରଦର୍ଶନ ଜାରି ରଖିଲେ ଆହାନ ଚଳିତ ବର୍ଷ ଶେଷ ସୁଦ୍ଧା ଶୀର୍ଷ ୩୦ ଭିତରକୁ ଆସିପାରିବେ ବୋଲି ତାଙ୍କ ପ୍ରଶିକ୍ଷକ ସନ୍ତୋଷ କୁମାର ମଲ୍ଲିକ ଆଶା ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର