ଷ୍ଟକ୍ହୋମ୍ (ସ୍ୱିଡେନ୍): ଫ୍ଲେ-ଅଫ୍ ପ୍ରଥମ ଚରଣରେ ଶୁକ୍ରବାର ସ୍ୱିଡେନ୍ ନିକଟରୁ ପରାଜୟ ବରଣ ପରେ ଇଟାଲିର ଆସନ୍ତାବର୍ଷ ରୁଷିଆ ବିଶ୍ୱକପ୍କୁ ଯୋଗ୍ୟତା ହାସଲ କରିବା ଆଶଙ୍କାରେ ପଡ଼ିଯାଇଛି। ୨୦୧୮ ରୁଷିଆ ବିଶ୍ୱକପ୍ ଯୋଗ୍ୟତା ପାଇଁ ଗୁରୁତ୍ୱ ରଖୁଥିବା ମ୍ୟାଚ୍ରେ ଇଟାଲି ୦-୧ ଗୋଲ୍ରେ ସ୍ୱିଡେନ୍ ନିକଟରୁ ହାରିଯାଇଛି। ବଦଳ ଖେଳାଳି ଜାକୋବ୍ ଜୋହାନ୍ସନ୍ଙ୍କ ୫୭ ମିନିଟ୍ ଗୋଲ୍ ହିଁ ଇଟାଲି ପରାସ୍ତ କରିବାରେ ସ୍ୱିଡେନ୍ ପାଇଁ ଯଥେଷ୍ଟ ଥିଲା। ପୁଣି ଏହି ବିଜୟ ମଧ୍ୟ ସ୍ୱିଡେନ୍କୁ ଦୃଢ଼ ସ୍ଥିତି ଦେଇଛି। ଅନ୍ୟପକ୍ଷରେ ବିପଦରେ ଥିବା ଇଟାଲି ଯଦି ବିଫଳ ହୁଏ, ତେବେ ୧୯୫୮ ମସିହା ପରେ ପ୍ରଥମ ଥର ଲାଗି ବିଶ୍ୱ କପ୍ ଖେଳିବାରୁ ବଞ୍ଚିତ ହେବ।
ବିଶ୍ୱକପ୍ରୁ ବଞ୍ଚିତ ହେବ ଇଟାଲି
/sambad/media/post_attachments/wp-content/uploads/2017/11/football-2.jpg)
Advertisment

Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)