ରୋମ୍: ଇଟାଲିର ଅନ୍ତର୍ଜାତୀୟ ଫୁଟବଲ ଖେଳାଳି ଡାଭିଡେ ଆଷ୍ଟୋରିଙ୍କ ମୃତଦେହ ଏକ ହୋଟେଲ ରୁମ୍ରୁ ଉଦ୍ଧାର କରାଯାଇଥିବା ଜାତୀୟ ଗଣମାଧ୍ୟମର ରିପୋର୍ଟରୁ ଜଣାପଡ଼ିଛି। ଡାଭିଡେଙ୍କ କ୍ଲବ ‘ଫିଓରେନ୍ଥିନା’ କହିଛି, ଏହା ଶନିବାର-ରବିବାରର ଘଟଣା।
ଅଧିନାୟକ ଡାଭିଡେ ଆଷ୍ଟୋରିଙ୍କ ହଠାତ ମୃତ୍ୟୁ ଖବର ଶୁଣି ଫିଓରେନ୍ଥିନାଙ୍କ ଆଚମ୍ବିତ ହୋଇଯାଇଛି। ୩୧ ବର୍ଷିଅ ଫୁଟବଲ ତାରକା ରବିବାର ଉଦିନିଜ୍ ବିପକ୍ଷରେ ଖେଳାଯିବାକୁ ଥିବା ମ୍ୟାଚ୍ ପୂର୍ବରୁ ମୃତ୍ୟୁର ଶିକାର ହୋଇଛନ୍ତି। ସେ ୨ ବର୍ଷର ଝିଅକୁ ଛାଡ଼ି ପରଲୋକ ଗମନ କରିଛନ୍ତି। ଆଷ୍ଟୋରିଙ୍କ ମୃତ୍ୟୁ ପରେ ମ୍ୟାଚ୍ କାର୍ଯ୍ୟସୂଚୀକୁ ପରିବର୍ତ୍ତନ କରାଯାଇଛି।
କ୍ଲବର ଜଣେ ମୁଖପାତ୍ର କହିଛନ୍ତି, ଡାଭିଡେ ମୃତ୍ୟୁ ପୂର୍ବରୁ କୌଣସି ସୂଚନା ଦେଇ ନଥିଲେ। ଇଟାଲି ଗଣମାଧ୍ୟମର ରିପୋର୍ଟ ଅନୁସାରେ ଅଷ୍ଟୋରିଙ୍କ ହୃଦଘାତ କାରଣରୁ ମୃତ୍ୟୁ ହୋଇଛି। ଏସି ମିଲାନ କ୍ଲବରେ ଆଷ୍ଟୋରି ତାଙ୍କର କ୍ୟାରିୟର ଆରମ୍ଭ କରିଥିଲେ। ସେ କାଗଲିଆରି ଓ ରୋମା କ୍ଲବରେ ମଧ୍ୟ ଖେଳିଥିଲେ। ବର୍ଷ ୨୦୧୫ରେ ସେ ଫିଓରେନ୍ଥିନା କ୍ଲବରେ ଯୋଗ ଦେଇଥିଲେ। ଇଟାଲି ପାଇଁ ସେ ୧୪ ମ୍ୟାଚ୍ ଖେଳିଛନ୍ତି।