ଭୁବନେଶ୍ବର: ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଆଇଟିଏଫ୍ ଏସୀୟ ଜୁନିୟର୍ (୧୪ ବର୍ଷରୁ କମ୍ ବାଳକ ଓ ବାଳିକା) ଡେଭଲପମେଣ୍ଟ୍ ଚାମ୍ପିଅନସିପ୍ ଫାଇନାଲ୍ସର ଦ୍ବିତୀୟ ଚରଣର ସେମଫାଇନାଲ୍ରେ ଭାରତର ଶିବତେଜ ଶିର୍ଫୁଲେ ଏବଂ ମାୟା ରାଜେଶ୍ବରନ ରେବତୀ ପ୍ରବେଶ କରିଛନ୍ତି। ବୁଧବାର ବାଳକ ଏକକ କ୍ବାର୍ଟରଫାଇନାଲ୍ରେ ଶିବତେଜ ୧-୬, ୬-୪, ୬-୩ ସେଟ୍ରେ ଥାଇଲାଣ୍ଡର ଧର୍ମା ପାଣ୍ଟାରାଟର୍ନଙ୍କୁ ପରାସ୍ତ କରିଥିଲେ। ସେହିଭଳି ବାଳିକା ଏକକରେ ମାୟା ସିଧାସଳଖ ୬-୧, ୬-୦ ସେଟ୍ରେ ସପ୍ତମ ମାନ୍ୟତାପ୍ରାପ୍ତ ହଂକଂର ନିତ୍ୟା ବାଳକୃଷ୍ଣ ମାଦୁରିଙ୍କୁ ହରାଇଥିଲେ। ତେବେ ଭାରତୀୟ ବାଳକ ଯୋଡ଼ି ପ୍ରକାଶ ସରନ ଓ ଶିବତେଜ ଏବଂ ବାଳିକା ଯୁଗଳ ଯୋଡ଼ି ମାୟା ଓ ହାରିଥା ଶ୍ରୀ ଭେଙ୍କଟେଶଙ୍କ ଅଭିଯାନ କ୍ବାର୍ଟରଫାଇନାଲ୍ରେ ଶେଷ ହୋଇଛି। ପ୍ରକାଶ ଓ ଶିବତେଜ ୨-୬, ୧-୬ ସେଟ୍ରେ ଦ୍ବିତୀୟ ମାନ୍ୟତାପ୍ରାପ୍ତ ଥାଇଲାଣ୍ଡର ଆର୍ୟୁ କୋଟିକୁଲା ଓ ଧର୍ମାଙ୍କଠୁ ଏବଂ ମାୟା ଓ ହାରିଥା ୩-୬, ୨-୬ ସେଟ୍ରେ ଚତୁର୍ଥ ମାନ୍ୟତାପ୍ରାପ୍ତ କାଜଖସ୍ତାନର ଇଭା କୋରିଶେଭା ଓ ୟେର୍କେଝାନ ଝାନାତାୟେଭାଙ୍କଠୁ ପରାସ୍ତ ହୋଇଥିଲେ।
ଆଇଟିଏଫ୍ ଏସୀୟ ଜୁନିୟର୍ସ: ସେମିରେ ଶିବତେଜ, ମାୟା
/sambad/media/post_attachments/wp-content/uploads/2023/04/564gj654gj65gjjggj.jpg)